ଗିରଫ ହୋଇପାରନ୍ତି ଇମ୍ରାନ

ଇସ୍‌ଲାମାବାଦ,୨୧।୮(ପି.ଟି.): ନିଷିଦ୍ଧ ପାଣ୍ଠି ମାମଲାର ତଦନ୍ତ କରୁଥିବା ସଂଘୀୟ ତଦନ୍ତକାରୀ ସଂସ୍ଥା (ଏଫ୍‌ଆଇଏ) ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗିରଫ କରିପାରେ। ସମନ ଜାରି ସତ୍ତ୍ୱେ ଇମ୍ରାନ ଏଫ୍‌ଆଇଏରେ ହାଜର ନ ହେବାରୁ ତାଙ୍କୁ ଶୁକ୍ରବାର ପୁନର୍ବାର ନୋଟିସ ଜାରି ହୋଇଛି। ୩ ଥର ନୋଟିସ ପରେ ତାଙ୍କୁ ଗିରଫ କରାଯାଇପାରିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଇମ୍ରାନ୍‌ଙ୍କ ଦଳ ଦ୍ୱାରା ଚାଲୁଥିବା ୫ଟି କମ୍ପାନୀକୁ ଏଫ୍‌ଆଇଏ ଠାବ କରିଛି। ଆମେରିକା, ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ ଏବଂ ବେଲ୍‌ଜିୟମରେ କାର୍ଯ୍ୟ କରୁଥିବା ଏହି କମ୍ପାନୀ ସମ୍ପର୍କରେ ଇମ୍ରାନ ନିର୍ବାଚନ କମିଶନଙ୍କୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରି ନ ଥିଲେ।

Share