‘ନୋ ଫ୍ଲାଏ’ ଲିଷ୍ଟରେ ଇମ୍ରାନ୍‌

ଇସ୍‌ଲାମାବାଦ,୨୭ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ତାଙ୍କ ସ୍ତ୍ରୀ ବୁଶ୍‌ରା ବିବି ଓ ଦଳର ଅନେକ ନେତାଙ୍କ ବିଦେଶ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। ଏନେଇ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଶେହବାଜ୍‌ ଶରିଫ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଇମ୍ରାନ୍‌ କହିଛନ୍ତି, ପାକିସ୍ତାନ ବାହାରେ ତାଙ୍କ ସମ୍ପତ୍ତି, ବ୍ୟବସାୟ କିମ୍ବା ବ୍ୟାଙ୍କ ଆକାଉଣ୍ଟ ନ ଥିବାରୁ ବିଦେଶ ଯାତ୍ରା ଯୋଜନା ନାହିଁ। ଏକ୍‌ଜିଟ୍‌ କଣ୍ଟ୍ରୋଲ ଲିଷ୍ଟ (ଇସିଏଲ୍‌)ରେ ନାମ ରଖିଥିବାରୁ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ।

Share