ଭାରତର ବୈଦେଶିକ ନୀତିକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ୍‌,୨୮।୧୦: ପାକିସ୍ତାନରେ ଇମ୍ରାନ ଖାନ୍‌ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ତିକ୍ତତା ଦିନକୁ ଦିନ ବଢିିବାରେ ଲାଗିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଆରମ୍ଭ ହୋଇଥିବା ଆଜାଦୀ ମାର୍ଚ୍ଚ ଲାହୋର ପଦଯାତ୍ରା ଲିବର୍ଟି ଛକରେ ପହଞ୍ଚିଥିଲା। ଏହି ଅବସରରେ ଇମ୍ରାନ ଉଦ୍‌ବୋଧନ ଦେଇ ଶେହାବାଜ ଶରିଫ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ଏହି ପଦଯାତ୍ରା କୌଣସି ରାଜନୈତିକ କିମ୍ବା ବ୍ୟକ୍ତିଗତ ଲାଭ ପାଇଁ ନୁହେଁ, ବରଂ ଦେଶର ସ୍ବାଧୀନତା ପାଇଁ ଆରମ୍ଭ ହୋଇଛି । ଦେଶକୁ ମୁକ୍ତ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଏପରି କି ଇମ୍ରାନ ତାଙ୍କ ଭାଷଣରେ ପୁଣି ଭାରତକୁ ପ୍ରଶଂସା କରିଥିଲେ। ସେ ଭାରତର ବୈଦେଶିକ ନୀତିକୁ ସ୍ବାଧୀନ ନୀତି ବୋଲି କହି ଶରିଫ ସରକାରଙ୍କୁ ନିନ୍ଦା କରିଥିଲେ। ଏଥିସହ ସେ ନିଜ ଦେଶର ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇକୁ ମଧ୍ୟ ଟାର୍ଗେଟ କରିଥିଲେ।

Share