ଭାରତକୁ ପୁଣି ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୩୦ା୫: ପାକିସ୍ତାନର ବର୍ତ୍ତମାନର ମିଳିତ ସରକାରକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଡ଼ା ସମାଲୋଚନା କରିଛନ୍ତି।  ଇମ୍ରାନ ପାକିସ୍ତାନକୁ ‘ଆମେରିକୀୟ ଗୁଲାମ’ କହିଛନ୍ତି। ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରିଥିବାବେଳେ ଭାରତ ରୁଷିଆରୁ ଶସ୍ତା ତେଲ କ୍ରୟ କରି ମୂଲ୍ୟ ହ୍ରାସ କରିଛି। ଏହା ଦର୍ଶାଏ ଯେ, ଭାରତ  ସ୍ବତନ୍ତ୍ର କିନ୍ତୁ ଆମେ (ପାକିସ୍ତାନୀ) ଦାସ ଅଟୁ। ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସଭାପତି ଇମ୍ରାନ ଶେଖାବାଦରେ ଏକ ଶ୍ରମିକ ସମ୍ମିଳନୀରେ ଏହି କଥା କହିଛନ୍ତି। ଏକ ସ୍ବାଧୀନ ବୈଦେଶିକ ନୀତି ଅନୁସରଣ କରି ସେ ଭାରତକୁ ପ୍ରଶଂସା କରି କହିଛନ୍ତି, ଆମେରିକାର ପ୍ରତିବନ୍ଧକ ସତ୍ତ୍ୱେ ଭାରତ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ କରୁଛି।

ମାତ୍ର ଆମ ସରକାର ରୁଷିଆ ସହିତ ୩୦ ପ୍ରତିଶତ ରିହାତି ମୂଲ୍ୟରେ ତେଲ କିଣିବା ପାଇଁ ଏକ ଚୁକ୍ତିନାମା କରିଛନ୍ତି। ଏକ ଷଡ଼ଯନ୍ତ୍ରରେ ଆମ ସରକାର ହଟାଗଲା। ସେ କହିଛନ୍ତି, ପାକିସ୍ତାନର ଦ୍ରୁତ ପ୍ରଗତି ପାଇଁ ଏକ ସ୍ବାଧୀନ ବୈଦେଶିକ ନୀତି ଜରୁରୀ ଅଟେ।

Share