ଭାରତକୁ ପ୍ରଶଂସା କଲେ ଇମ୍ରାନ,ପାକିସ୍ତାନ ସୈନ୍ୟ ବାହିନୀ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ…

ଇସଲାମାବାଦ,୮।୨ : ପାକିସ୍ତାନର ଲୋକଙ୍କୁ ଦୁଇବେଳା ରୁଟି ମିଳିବା କଷ୍ଟକର ହେବାରେ ଲାଗିଛି। ସମଗ୍ର ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶ ଦେବାଳିଆ ପଥରେ ଅଛି। ଦେଶର ବୈଦେଶିକ ମୁଦ୍ରା ପ୍ରାୟ ଶେଷ ହୋଇଛି। ଯଦି ଋଣ ଦିଆଯାଇ ନ ଯାଏ, ତେବେ ପାକିସ୍ତାନ ଦେବାଳିଆ ହୋଇଯିବ। ଏଭଳି ପରିସ୍ଥିତିରେ ମଧ୍ୟ ନିଜ ଦେଶରେ ସଂସ୍କାର ଆଣିବା ପରିବର୍ତ୍ତେ ପାକିସ୍ତାନର ନେତାମାନେ କଶ୍ମୀରର ପ୍ରସଙ୍ଗରେ ମନ୍ତବ୍ୟ ଦେବାରେ ବ୍ୟସ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି ଯେ ଯେତେବେଳେ ସେ କଶ୍ମୀରର ସ୍ବତନ୍ତ୍ର ସ୍ଥିତିକୁ ପୁନଃସ୍ଥାପିତ କରିବେ ସେତେବେଳେ ଭାରତ ସହ ସମ୍ପର୍କରେ ଅଗ୍ରଗତି ହେବ। ତେବେ ଇମ୍ରାନ ଭାରତକୁ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି।

ଲାହୋରରେ ଥିବା ତାଙ୍କ ବାସଭବନରେ ଇମ୍ରାନ ଖାନ ବିଦେଶୀ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, କଶ୍ମୀରର ସ୍ବତନ୍ତ୍ର ମାନ୍ୟତା ଭାରତ ରଦ୍ଦ କରିଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା କରିବାର ଏକମାତ୍ର ଉପାୟ ହେଉଛି ମୋଦି ସରକାର ପ୍ରଥମେ ଏହାର ପୁରୁଣା ସ୍ଥିତି ଫେରାଇ ଆଣିବା।

ଗଣମାଧ୍ୟମ ପ୍ରଶ୍ନ କରିଥିଲା ଯେ ପାକିସ୍ତାନରେ ଆଇନ ଶୃଙ୍ଖଳା ଖରାପ। ଦେଶ କିପରି ଆଗକୁ ବଢ଼ିବ? ଏହାର ଜବାବରେ ପାକିସ୍ତାନ ତେହେରିକ-ଇ-ଇନସାଫ ନେତା ଇମ୍ରାନ କହିଛନ୍ତି ଯେ ଯଦି ଆଇନର ସ୍ଥିତି ନ ରହିଲେ ପାକିସ୍ତାନର ଭବିଷ୍ୟତ ରହିବ ନାହିଁ। ସେ ଆହୁରି ମଧ୍ୟ ଭାରତର ଉଦାହରଣ ଦେଇଛନ୍ତି। କହିଛନ୍ତି, ଆଇନର ସ୍ଥିତି ସୁଦୃଢ଼ ଥିବାରୁ ଭାରତ ଆଜି ଅଗ୍ରଗତି କରୁଛି।

ଦେଶରେ ସମ୍ବିଧାନର ସୁରକ୍ଷା କରିବା ନ୍ୟାୟପାଳିକାର ଦାୟିତ୍ୱ ବୋଲି ଇମ୍ରାନ ତ୍‌ନ କହିଛନ୍ତି। ସେ ନିଜର ଅଯୋଗ୍ୟତା ଘୋଷଣା ଉପରେ ସରକାର, ନ୍ୟାୟପାଳିକା ଏବଂ ସେନା ମୁଖ୍ୟଙ୍କୁ ଟାର୍ଗେଟ କରିଥିଲେ। ଖାନ କହିଛନ୍ତି, ମୋତେ ରାଜନୀତିରୁ ଦୂରେଇ ରଖିବା ପାଇଁ ଏକ ବଡ଼ ଷଡଯନ୍ତ୍ର ହୋଇଥିଲା। ଦେଶର ସମସ୍ତ ଶକ୍ତିଶାଳୀ ଲୋକମାନେ ଏଥିରେ ସାମିଲ ହୋଇଥିଲେ।

ତାଙ୍କ ଅଯୋଗ୍ୟତା ପାଇଁ ସେନା ମୁଖ୍ୟ ଅସୀମ ମୁନିର ସମ୍ପୃକ୍ତ କି ନାହିଁ ବୋଲି ପଚରାଯାଇଥିବା ବେଳେ ଇମ୍ରାନ କହିଛନ୍ତି ଯେ ସେ ଦୁଇ ମାସ ଧରି ଅଫିସରେ ଅଛନ୍ତି ଏବଂ ମୁଁ ତାଙ୍କୁ ସନ୍ଦେହର କରିବାର ଆବଶ୍ୟକତା ନାହିଁ। ଖାନ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ତିନିଥର ପ୍ରଧାନମନ୍ତ୍ରୀ ନୱାଜ ସରିଫ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଛନ୍ତି। ଇମ୍ରାନ ଦାବି କରିଛନ୍ତି ଯେ ନୱାଜ ବ୍ରିଟେନରୁ ଫେରିବା ପାଇଁ ଏକ ସର୍ତ୍ତ ରଖିଛନ୍ତି ଯେ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

କଳା-ଗୋରା କାହାଣୀ

ଗତ ନବେ ଦଶକରେ ମୋର ବିବାହ ପାଇଁ କନ୍ୟା ଖୋଜା ହେଉଥିବା ବେଳେ ମୋ ବୋଉର ଗୋଟିଏ ମାତ୍ର ସର୍ତ୍ତ ଥିଲା ଯେ, ବୋହୂଟି ଗୋରୀ...

Dillip Cherian

ସ୍ବଚ୍ଛତା ନାହିଁ

ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ କାର୍ଯ୍ୟରତ ଦୁଇ ବରିଷ୍ଠ ଆଇପିଏସ୍‌ ଅଧିକାରୀ ସୋନିଆ ନାରଙ୍ଗ ଓ ଅଭିଷେକ ଗୋଏଲଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏମାନେ ସେଣ୍ଟ୍ରାଲ ଡେପୁଟେଶନରେ...

Pahalgam Terror Attack: LoCରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ମୁହଁତୋଡ ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୬।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁ ସମଗ୍ର ଦେଶରେ କ୍ରୋଧର ପରିବେଶ ରହିଛି। ଏହି ଘଟଣା ପରଠାରୁ ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖା ଉପରେ ଗୁଳି...

ପହଲଗାମ୍‌ରେ ଆକ୍ରମଣ ପରେ ଉପକୂଳରେ ହାଇ ଆଲର୍ଟ

ମହାକାଳପଡ଼ା, ୨୬ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ଦେଶର ଜମ୍ମୁ-କଶ୍ମୀର ପହଲଗାମ୍‌ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ବର୍ବରୋଚିତ ଭାବେ ଆକ୍ରମଣକୁ ଦେଶବାସୀ ଘୋର ନିନ୍ଦା...

ସିନ୍ଧୁ ନଦୀରେ ବହିବ ଆମ ପାଣି, ନଚେତ୍‌ ଭାରତୀୟଙ୍କ ରକ୍ତ: ଭାରତକୁ ଧମକ ଦେଲେ ବିଲୱାଲ ଭୁଟ୍ଟୋ

ଇସଲାମାବାଦ୍‌,୨୬।୪:ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ବର୍ବର ଆକ୍ରମଣରେ ୨୭ ଜଣ ନିରୀହ ନାଗରିକଙ୍କ ପ୍ରାଣହାନି ପରେ ଭାରତ ଏବଂ...

‘ପ୍ରାଣୀଙ୍କ ସ୍ବାସ୍ଥ୍ୟ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ’

୨୦୦୧ ମସିହାଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଏପ୍ରିଲ ମାସ ଶେଷ ଶନିବାର (୨୬ତାରିଖ)ପାଳିତ ହେଉଛି ‘ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ’। ଏହି ଦିବସ ପାଳନର...

ସ୍କୁଲ ଗେମ୍ସ ଫେଡେରେଶନ ଇଣ୍ଡିଆ ଇଭେଣ୍ଟ: ଚମକ ଦେଖାଇବେ ଗଜପତିର କାର୍ତ୍ତିକ

ପାରଳାଖେମୁଣ୍ଡି,୨୬ା୪(ଗିରିଧାରୀ ପରିଛା):ନୂଆଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଗଜପତିର ଯୁବ ସ୍କେଟର୍‌ ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ଗଜପତି ଡିଷ୍ଟ୍ରିକ୍ଟ ରୋଲର ସ୍କେଟିଂ ଏକାଡେମୀରେ ସ୍କେଟିଂ ପ୍ରଶିକ୍ଷଣ ନେଉଥିବା ସିଧାମଡଙ୍ଗ...

କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା: ସରକାରୀ ଜମି ଛାଡ଼ିବାକୁ ଗ୍ରାମବାସୀଙ୍କୁ ୪ ଦିନ ସମୟ

ଦେବଗଡ଼,୨୫ା୪(ଶଶାଙ୍କ ଶେଖର ଝାଙ୍କର): ସରକାରୀ କାର୍ଯ୍ୟାଳୟ ନିର୍ମାଣ ନିମନ୍ତେ ବାରକୋଟ ବ୍ଲକ ବିଜୟନଗର ପଞ୍ଚାୟତର ଅଁଳାପୋଶି (ଘୁରୁଡୁଖମଣ ରାଜସ୍ବ ଗ୍ରାମ ଅଧିନସ୍ଥ ପଡ଼ା ଗ୍ରାମ)ରେ ସରକାରଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image