ପୁଣି ଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୧୦ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ଭଳି ଇସଲାମାବାଦ ରୁଷିଆରୁ ଶସ୍ତା ଅଶୋଧିତ ତୈଳ ପାଇବାକୁ ଚାହୁଁଥିଲା, କିନ୍ତୁ ଆମେ ତାହା କରି ପାରିଲୁ ନାହିଁ, କାରଣ ସେହି ସମୟରେ ମୋ’ ସରକାର ଅନାସ୍ଥା ପ୍ରସ୍ତାବରେ ପଡ଼ିଥିଲା। ଯେଉଁଥିପାଇଁ ମୋ’ ସରକାରର ପତ୍ତନ ହୋଇଥିଲା।

ପାକିସ୍ତାନର ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି, ଆର୍ଥିକ ସଙ୍କଟ ଦେଖାଦେଇଛି। ଜୁନ ୨ ପରଠାରୁ ପାକିସ୍ତାନର ଲୋକମାନେ ରୁଟି ପାଇଁ ସଂଘର୍ଷ କରୁଛନ୍ତି। ସେ କହିଛନ୍ତି, ତାଙ୍କ ଦେଶ ରୁଷିଆ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିପାରିବ, ଯାହା ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଭାରତକୁ ଦେଉଛି।

Share