ଗୁଳିକାଣ୍ଡ ପରେ ପ୍ରତିକ୍ରିୟା ରଖିଲେ ଇମ୍ରାନ

ଇସ୍‌ଲାମାବାଦ୍‌,୩।୧୧: ପାକିସ୍ଥାନର ଗୁଜରାନଓ୍ବାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ ହୋଇଛି। ଏଥିରେ ଉମ୍ରାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ହେବା ପରେ ଇମ୍ରାନଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଭଗବାନ ମୋ ଜୀବନ ବଞ୍ଚାଇ ଆଉ ଏକ ନୂଆ ଜୀବନ ଦେଇଛନ୍ତି। ଏଥିପାଇଁ ସେ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Share