Posted inଖେଳ

୪୪ ବର୍ଷ ବୟସରେ ଉଡିକି ଧରିଲେ କ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୨: ଦକ୍ଷିଣ ଆଫ୍ରିକାର ସ୍ପିନର ଇମ୍ରାନ ତାହିରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ମ୍ୟାଚରେ ୪୪ ବର୍ଷ ବୟସ୍କ ଇମ୍ରାନ ତାହିର ଏପରି କ୍ୟାଚ ନେଇଥିଲେ। ଏହି ପରେ ବ୍ୟାଟ୍ସମ୍ୟାନ ସମେତ ଫିଲ୍ଡିଂ ଦଳର ଖେଳାଳିମାନେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଇମ୍ରାନ ତାହିର ୩୦ ୟାର୍ଡ ସର୍କଲ ଭିତରେ ଫିଲ୍ଡିଂ କରୁଥିଲେ। ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ ଏକ ସଟ ଖେଳିଥିଲେ, କିନ୍ତୁ ବଲ ସିଧା ବୋଲରଙ୍କ ହାତରେ ପଡିଥିଲା।
ତାହିର ଏକ ଚମତ୍କାର କ୍ୟାଚ ନେଇଥିଲେ। ଏହି କ୍ୟାଚ୍‌ ଧରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏଥି ସହିତ ଇମ୍ରାନ ତାହିରଙ୍କ ଖୁସି କୌଣସି ସୀମା ନ ଥିଲା। ଏହି କ୍ୟାଚ ଧରିବା ପରେ ଇମ୍ରାନ ତାହିର ଆନନ୍ଦରେ ଡେଇଁଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ୟୁଜର୍ସମାନେ କମେଣ୍ଟ ଦେଇ କ୍ରମାଗତ ଭାବରେ ନିଜର ମତାମତ ଦେଉଛନ୍ତି।
ଆଜି ଦକ୍ଷିଣ ଆଫ୍ରିକା ଟି-୨୦ ଲିଗର ଏଲିମିନେଟର ଖେଳାଯାଉଛି। ଏହି ଏଲିମିଟରରେ ପାର୍ଲ ରୟାଲ୍ସ ଏବଂ ଜୋହାନ୍ସବର୍ଗ ସୁପର କିଙ୍ଗ୍ସର ଦଳ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରିବାକୁ ଆସୁଥିବା ପ୍ୟାର୍ଲ ରୟାଲ୍ସ ଦଳ ୧୮.୫ ଓଭରରେ ୧୩୮ ରନରେ ଆଉଟ ହୋଇଥିଲେ। ଏହିପରି ଭାବରେ ଜୋହାନ୍ସବର୍ଗ ସୁପର କିଙ୍ଗ୍ସ ୧୩୯ ରନର ଲକ୍ଷ୍ୟ ରଖିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାର୍ଲ ରୟାଲ୍ସର ବ୍ୟାଟ୍ସମ୍ୟାନ୍ମାନେ ନିୟମିତ ବ୍ୟବଧାନରେ ପାଭିଲିୟନକୁ ଫେରି ଆସୁଥିଲେ। ତେଣୁ ପାର୍ଲ ରୟାଲ୍ସ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

ପୃଥ୍ବୀ ଶ’ଙ୍କୁ ବଡ଼ ଦଣ୍ଡ ଦେଲା ବିସିସିଆଇ, ଦଳରୁ ବିଦା: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୧୦: ସମୟ ଥିଲା ମୁମ୍ବାଇର ଷ୍ଟାର ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ଠାରେ ସଚିନ ତେନ୍ଦୁଲକରଙ୍କ ଝଲକ ଦେଖିବାକୁ ମିଳିଥିଲା। ଶ’ ଖୁବ କମ ବୟସରେ ଅନ୍ତର୍ଜାତୀୟ...

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା

ନୂଆଦିଲ୍ଲୀ,୨୨।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ୨୪ ରୁ ୨୮ ଅକ୍ଟୋବରରେ ପୁଣେର ମହାରାଷ୍ଟ୍ର...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୨।୧୦: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଅଷ୍ଟ୍ରେଲିଆ ଗସ୍ତ ପାଇଁ ୧୫ ଜଣିଆ ଇଣ୍ଡିଆ ଏ ଦଳ ଘୋଷଣା କରିଛି।...

ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିବ ହକି

ମେଲବୋର୍ନ,୨୨ା୧୦: ରାଜ୍ୟଗୋଷ୍ଠୀ କ୍ରୀଡାରୁ ହକି ଇଭେଣ୍ଟ ବାଦ ପଡିବାକୁ ଯାଉଛି। ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭରୁ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ବର୍ଦ୍ଧିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri