‘ଖରାପ ଅର୍ଥନୈତିକ ସଙ୍କଟ ପାଇଁ ଇମ୍ରାନ ଦାୟୀ’

ଇସଲାମାବାଦ,୨୪ା୭: ପାକିସ୍ତାନ ଅତ୍ୟନ୍ତ ଖରାପ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଯେଉଁ କାରଣରୁ ଦେଶରେ ଖାଦ୍ୟ ଏବଂ ପାନୀୟର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଦୁର୍ନୀତି ଏବଂ ଖରାପ ଶାସନ ଦେଶର ଅର୍ଥନୈତିକ ସଙ୍କଟର କାରଣ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ପୂର୍ବରୁ ଅନେକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ଦଳ କ୍ଷମତାକୁ ଆସିଥିଲା।

ଇମ୍ରାନଙ୍କୁ ସମାଲୋଚନା କରି ସେ କହିଛନ୍ତି, ତାଙ୍କ ରାଜନୈତିକ ଲାଭ ପାଇଁ ସିଷ୍ଟମକୁ ନଷ୍ଟ କରିଛନ୍ତି ଏବଂ ଆତ୍ମବିଶ୍ୱାସର ଆଭିମୁଖ୍ୟରେ ଆଇଏମ୍‌ଏଫ୍‌ର ସର୍ତ୍ତ ଉଲ୍ଲଂଘନ କରାଯାଇଛି। ସେ କହିଛନ୍ତି, ପିଟିଆଇ ଅଧ୍ୟକ୍ଷ ପ୍ରମୁଖ ସହଯୋଗୀ ତଥା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସମ୍ପର୍କକୁ ଅସ୍ଥିର କରିଦେଇଛନ୍ତି।

Share