ଚାଇନା ଟିକା ନେଇଥିବା ଇମ୍ରାନଙ୍କୁ କରୋନା

ଇସ୍‌ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ସେ ଚାଇନା ଦ୍ୱାରା ପ୍ରସ୍ତୁତ କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ନେଇଥିବାବେଳେ ସେହିଦିନ ହିଁ ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେଇଥିଲା। ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ନିଜକୁ ଆଇସୋଲେଶନରେ ରଖିଥିବା ପାକିସ୍ତାନ ସ୍ବାସ୍ଥ୍ୟମନ୍ତ୍ରୀ ଫୈଜଲ ସୁଲ୍‌ତାନ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ପାକିସ୍ତାନରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୬୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ଟିକାକରଣ କରାଯାଉଛି।

Share