ଟାଇଗର-୩ରେ ସଲମାନ୍‌ଙ୍କ ସହ ଫାଇଟ୍‌ କରିବେ ଇମ୍ରାନ୍‌…

ମୁମ୍ବାଇ,୨୪।୫: ସଲମାନ୍‌ ଖାଁଙ୍କ ଟାଇଗର ସିରିଜ୍‌ର ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜାରି ରହିଛି। ଖୁବ୍‌ ଶୀଘ୍ର ପରଦାକୁ ଟାଇଗର-୩ ଦି ଫାଇନାଲ ମିଶନ ଆସିବ। ଏଥିରେ ଖଳନାୟକ ଭୂମିକାରେ ସଲମାନ୍‌ଙ୍କ ଅପୋଜିଟ୍‌ରେ ଇମ୍ରାନ୍‌ ହାସ୍‌ମିଙ୍କୁ ଦେଖିବାକୁ ମିଳିବ। ଫିଲ୍ମର କାହାଣୀକୁ ଏବେ ଗୋପନୀୟ ରଖାଯାଇଛି। ନିର୍ଦ୍ଦେଶକ ମନୀଷ ଶର୍ମାଙ୍କ ଏହି ଫିଲ୍ମରେ ଇମ୍ରାନ୍‌ଙ୍କ ସିକ୍ସ୍‌ ପ୍ୟାକ୍‌ ଦର୍ଶକଙ୍କୁ ଦେଖାଇବେ। ପାକିସ୍ତାନୀ ଏଜେଣ୍ଟ୍‌ ଇମ୍ରାନ୍‌ ଏବଂ ସଲମାନଙ୍କ ମଧ୍ୟରେ ଦୀର୍ଘ ସମୟର ଫାଇଟ୍‌ ଦୃଶ୍ୟ ଦର୍ଶକ ଉପଭୋଗ କରିବେ। ଇମ୍ରାନ୍‌ ଫିଲ୍ମର କେତେକ ଅଂଶର ଶୁଟିଂ ମଧ୍ୟ କରି ସାରିଛନ୍ତି। ସଲମାନ୍‌ ଏବଂ ଇମ୍ରାନ୍‌ଙ୍କ ଶର୍ଟଲେସ୍‌ ଫାଇନାଲ୍‌ ଫାଇଟ୍‌ ଦୃଶ୍ୟ ବେଶ୍‌ ରୋମାଞ୍ଚକର ହେବ ବୋଲି କୁହାଯାଉଛି। ଇତିମଧ୍ୟରେ ଇମ୍ରାନ୍‌ ନିଜ ଶରୀରର ସିକ୍ସ୍‌ ପ୍ୟାକ୍‌ ଆକାର ସଲମାନ୍‌ଙ୍କ ଭଳି କରି ସାରିଛନ୍ତି।

Share