ଇସଲାମାବାଦ୍,୬।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ଉପରୁ ସଙ୍କଟ ହଟି ଯାଇଛି। ଶନିବାର ନ୍ୟାଶନାଲ ଆସେମ୍ବ୍ଲିରେ ଇମ୍ରାନ ଶକ୍ତି ପରୀକ୍ଷାରେ ବିଜୟୀ ହୋଇଛନ୍ତି। ସରକାରଙ୍କୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୭୧ ସଦସ୍ୟଙ୍କ ଆବଶ୍ୟତା ଥିବାବେଳେ ସପକ୍ଷରେ ୧୭୮ ଖଣ୍ଡ ଭୋଟ ପଡ଼ିଥିଲା। ପାକିସ୍ତାନ ଆସେମ୍ବ୍ଲିରେ ସଦସ୍ୟଙ୍କ ସଂଖ୍ୟା ୩୪୨। ତେବେ ସମ୍ପ୍ରତି ସଦସ୍ୟଙ୍କ ସଂଖ୍ୟା ୩୪୦ ରହିଛି। ସେଥିମଧ୍ୟରୁ ଇମ୍ରାନ୍ଙ୍କ ଦଳ ତେହରିକ୍-ଇ-ଇନସାଫ୍ ପାଖରେ ୧୫୭ ଜଣ ସଦସ୍ୟ ରହିଛନ୍ତି। ଅପରପକ୍ଷରେ ପାକିସ୍ତାନର ମୁସଲିମମ୍ ଲିଗ୍-ନଓ୍ବାଜର ୮୩ ଜଣ ସଦସ୍ୟ ରହିଛି। ସେହିପରି ପାକିସ୍ତାନ ପିପୁଲସ୍ ପାର୍ଟିର ୫୫ ଜଣ ସଦସ୍ୟ ଆସେମ୍ବ୍ଲିରେ ରହିଛନ୍ତି। ଶକ୍ତି ପରୀକ୍ଷା ପୂର୍ବରୁ ଇମ୍ରାନ୍ ଦଳୀୟ ସଦସ୍ୟଙ୍କ ପାଇଁ ହ୍ବିପ୍ ଜାରି କରିଥିଲେ।