ଇମ୍ରାନଙ୍କ ଆବେଦନ ଖାରଜ

ଇସଲାମାବାଦ,୨୪ା୧୦: ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷଣାକୁ ତୁରନ୍ତ ସ୍ଥଗିତ ରଖିବା ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି।

ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଅନ୍ୟ ଦେଶର ମୁଖ୍ୟ ତଥା ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ପ୍ରାପ୍ତ ରାଜ୍ୟ ଉପହାର ବେଆଇନ ଭାବେ ବିକ୍ରି କରିଥିବାରୁ ତାଙ୍କୁ ସରକାରୀ ପଦବୀରୁ ବଞ୍ଚିତ କରାଯାଇଥିଲା।

Share