ଇମ୍ରାନଙ୍କ ନିକଟତମ ଫବାଦ ଚୌଧୁରୀ ଗିରଫ, ଅପହରଣ ଅଭିଯୋଗ ଆଣିଲେ ସ୍ତ୍ରୀ…

ଇସଲାମାବାଦ,୪।୧୧: ପାକିସ୍ତାନ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଫୱାଦ ଚୌଧୁରୀଙ୍କ ସ୍ତ୍ରୀ ହିବା ଫୱାଦ ଚୌଧୁରୀ ତାଙ୍କ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ପାକିସ୍ତାନ ଭିତ୍ତିକ ଜିଓ ନ୍ୟୁଜ ଶନିବାର ରିପୋର୍ଟ କରିଛି ଫୱାଦଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି।

ହିବା କହିଛନ୍ତି ଫୱାଦ ଙ୍କୁ ପୋଲିସ ଏବଂ ସାଦା ପୋଷାକ ପିନ୍ଧିଥିବା ବ୍ୟକ୍ତି ଗିରଫ କରିଥିଲେ। ଫୱାଦଙ୍କୁ କାହିଁକି ଗିରଫ କରାଯାଉଛି ତାହା ଆମକୁ କୁହାଯାଇ ନାହିଁ? ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଫୱାଦଙ୍କ ଗିରଫଦାରୀକୁ ନିଶ୍ଚିତ କରି କହିଛନ୍ତି ଫୱାଦଙ୍କୁ ଗିରଫ କରାଯାଇ ଅଜ୍ଞାତ ସ୍ଥାନକୁ ନିଆଯାଇଛି। ଫୱାଦ ମଧ୍ୟ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି।

ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ପ୍ରାୟ ପାଞ୍ଚ ମାସ ପୂର୍ବେ ମେ ୨୦୨୩ରେ ଫୱାଦଙ୍କୁ ଇସଲାମାବାଦର ସୁପ୍ରିମକୋର୍ଟ (ଏସସି) ବାହାରେ ଗିରଫ କରାଯାଇଥିଲା। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନେତା ତଥା କର୍ମୀଙ୍କ ଉପରେ ହୋଇଥିବା କଟକଣା ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ଅପହରଣ କରାଯାଇଥିବା ସ୍ତ୍ରୀ ହିବା ଏବଂ ଫଓ୍ବାଦଙ୍କ ଭାଇ ଫୈସଲ ଚୌଧୁରୀ କହିଛନ୍ତି।

Share