ଇମ୍ରାନ୍‌ଙ୍କ ନୂଆ ଠିକଣା ଆଡିଆଲା ଜେଲ

ଇସ୍‌ଲାମାବାଦ,୭ା୮(ପି.ଟି.): ତାଷାଖାନା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ରାଓ୍ବଲପିଣ୍ଡିର ଆଡିଆଲା ଜେଲରେ ରଖିବା ପାଇଁ ଇସ୍‌ଲାମାବାଦର ଏକ ଅଦାଲତ ରବିବାର ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଇମ୍ରାନ୍‌ଙ୍କୁ ଗିରଫ କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ଥିବା ଆଟ୍ଟୋକ୍‌ ଜେଲରେ ରଖାଯାଇଥିଲା।

କୋର୍ଟ ଇମ୍ରାନ୍‌ଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ପରେ ତାଙ୍କୁ ଲାହୋର ବାସଭବନରୁ ଗିରଫ କରାଯାଇଥିଲା। ଅତିରିକ୍ତ ଜିଲା ଓ ସେସନ୍ସ ଜଜ୍‌ ହୁମାୟୁନ୍‌ ଦିଲଓ୍ବାର ଶନିବାର ତେହରିକ-ଇ-ଇନ୍‌ସାଫ ଅଧ୍ୟକ୍ଷଙ୍କୁ ଗିରଫ କରିବା ଲାଗି ଇସ୍‌ଲାମାବାଦ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ପଞ୍ଜାବ ପୋଲିସ ତାଙ୍କୁ ଗିରଫ କରିଥିଲା। ଆଟ୍ଟୋକ ଜେଲରେ ଥିବା ଇମ୍ରାନଙ୍କୁ ଗ୍ରହଣ କରିବା ପାଇଁ ଅଦାଲତ ଆଡିଆଲା ଜେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share