ଇସଲାମାବାଦ,୩ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଯାଇଛି। ଏହାକୁ ଖାରଜ କରିଛନ୍ତି ଉପବାଚସ୍ପତି କାଶୀବ ଖାନ୍। ଅନାସ୍ଥା ପ୍ରସ୍ତାବକୁ ଅସାମ୍ବାଧାନିକ ବୋଲି କହିଛନ୍ତି ଉପବାଚସ୍ପତି। ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଏହାକୁ ସେ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଏପ୍ରିଲ ୨୫ ପର୍ଯ୍ୟନ୍ତ ସଂସଦକୁ ମୁଲତବୀ ରଖାଯାଇଛି।
ଏଥିସହିତ ନ୍ୟାଶନାଲ ସଂସଦ ଭଙ୍ଗ ପାଇଁ ସୁପାରିସ କରିଛନ୍ତି ଇମ୍ରାନ। ସାନି ନିର୍ବାଚନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିବା ସହ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଉପବାଚସ୍ପତିକୁ ଧନ୍ୟବାଦ ଜଣାଇଛନ୍ତି ଇମ୍ରାନ। ଆସନ୍ତାକାଲି ସେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ।
“I have already sent my advise to President to dissolve Assemblies”-@ImranKhanPTI #PrimeMinisterImranKhan pic.twitter.com/lctulMOg06
— PTI (@PTIofficial) April 3, 2022
ସୂଚନାଯୋଗ୍ୟ, ଗତ ଗୁରୁବାର ପାକିସ୍ତାନ ନ୍ୟାଶନାଲ ସଂସଦରେ ବିରୋଧୀମାନେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ ଏହା ପଛରେ ବିଦେଶୀ ଶକ୍ତି ରହିଛି ବୋଲି ଇମ୍ରାନ ଅଭିଯୋଗ କରିଥିଲେ। ତେବେ ଏପ୍ରିଲ ୧ରେ ଏହି ପ୍ରସ୍ତାବକୁ ନେଇ ଆଲୋଚନା ହେବାକୁ ସ୍ଥିର ହୋଇଥିଲା। କିନ୍ତୁ ପୁଣି ଗୃହକୁ ଏପ୍ରିଲ ୩ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଆଜି ଏହି ଅନାସ୍ଥା ଉପରେ ବିଚାର କରାଯାଇଥିଲା।