ଇସଲାମାବାଦ,୨୯ା୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ ଦେଶର ଏକ କୋର୍ଟ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି। ମାଜିଷ୍ଟ୍ରେଟ୍ ମଲିକ ଅମାନ ଶୁଣାଣି ସମୟରେ ଇମ୍ରାନଙ୍କୁ ବ୍ୟକ୍ତିଗତ ରୂପରେଖରୁ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।