ଇମ୍ରାନ୍‌ଙ୍କ ଆପତ୍ତିଜନକ ଅଡିଓ ଭାଇରାଲ୍‌

ଇସ୍‌ଲାମାବାଦ୍‌, ୨୨।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ‘ସେକ୍ସ କଲ୍‌’ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଇମ୍ରାନ୍‌ ଦୁଇଜଣ ମହିଳାଙ୍କ ସହ ଫୋନ୍‌ରେ ଆପତ୍ତିଜନକ ବାର୍ତ୍ତାଳାପ କରୁଥିବାର ଭାଇରାଲ ହୋଇଥିବା ଅଡିଓରେ ଶୁଣିବାକୁ ମିଳିଛି। ତେବେ ଏହି ଅଡିଓ ମିଛ ବୋଲି ଇମ୍ରାନ୍‌ଙ୍କ ଦଳ ପାକିସ୍ତାନ ତେହରିକ-ଇ-ଇନ୍‌ସାଫ୍‌ କହିଛି। ଏହି ଅଡିଓ କ୍ଲିପ୍‌କୁ ପାକିସ୍ତାନ ଖବରଦାତା ସୟେଦ ଅଲି ହେଦର ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରଥମେ ଅପ୍‌ଲୋଡ୍‌ କରିଥିବାବେଳେ ବର୍ତ୍ତମାନ ଏହା ସ୍ଥାନୀୟ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକରେ ଉପଲବ୍ଧ ଅଛି।

ଭାଇରାଲ ହୋଇଥିବା ଦୁଇଟିଯାକ ଅଡିଓ ଭିତରୁ ଗୋଟିଏ ୨୦୦୮-୦୯ର ହୋଇଥିବା କୁହାଯାଉଛି। ତେବେ ଏହାର ଫରେନ୍ସିକ୍‌ ଯାଞ୍ଚ କରାଯାଉ ବୋଲି ସୟେଦ କହିଛନ୍ତି। ଇମ୍ରାନ୍‌ଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ହଟାଯିବା ପରେ ଏକାଧିକ ସଙ୍ଗିନ ଅଭିଯୋଗ ତାଙ୍କ ବିରୋଧରେ ଆସିବାରେ ଲାଗିଛି। ଅଡିଓ କ୍ଲିପ୍‌ ଭାଇରାଲ ନେଇ ଇମ୍ରାନ୍‌ଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ। ଗତ ନଭେମ୍ବରରେ ଇମ୍ରାନ୍‌ ଖାନ୍‌ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ଚଳାଇଥିବାବେଳେ ତାଙ୍କ ଉପରକୁ ଗୁଳିମାଡ କରାଯାଇଥିଲା।

Share