ଶେହବାଜଙ୍କ ଇସ୍ତଫାକୁ ମୁକ୍ତି ଦିବସ ଭାବେ ପାଳନ କଲା ଇମ୍ରାନଙ୍କ ପାର୍ଟି ପିଟିଆଇ

ଇସଲାମବାଦ,୧୦।୮: ଚଳିତ ସପ୍ତାହରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ସରିଛି। ରାଷ୍ଟ୍ରପତି ଆରିଫ ଆଲଭି ବୁଧବାର ରାତିରେ ଶେହବାଜଙ୍କ ସୁପାରିଶ କ୍ରମେ ସଂସଦକୁ ଭଙ୍ଗ କରିଛନ୍ତି। ସରକାରଙ୍କ କାର୍ଯ୍ୟକାଳକୁ ତିନି ଦିନ ପୂର୍ବରୁ ସଂସଦ ଭଙ୍ଗ ହୋଇଛି। ତେବେ ଏଥିପାଇଁ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ତେହେରିକ-ଇ-ଇନସାଫ(ପିଟିଆଇ) ଗୁରୁବାର ଦିନଟିକୁ “ଧନ୍ୟବାଦ ଓ ମୁକ୍ତି ଦିବସ” ଭାବରେ ପାଳନ କରୁଛି।

ସୂଚନାଯୋଗ୍ୟ, ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ନ ହେବା ପର୍ଯ୍ୟନ୍ତ ସରିଫ ଭାରପ୍ରାପ୍ତ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟ କରିବେ।

Share