ବ୍ୟାନ୍‌ ହେବ ଇମ୍ରାନ୍‌ଙ୍କ ଦଳ

ଇସ୍‌ଲାମାବାଦ୍‌, ୧୬।୭: ପାକିସ୍ତାନର ଶେହବାଜ୍‌ ଶରିଫ୍‌ ସରକାର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନ୍‌ସାଫ(ପିଟିଆଇ) ଉପରେ ଖୁବ୍‌ଶୀଘ୍ର ପ୍ରତିବନ୍ଧକ ଲଗାଇବା ନେଇ ଚିନ୍ତା କରୁଛନ୍ତି। ଦେଶବିରୋଧୀ ଗତିବିଧି ଯୋଗୁ ପିଟିଆଇ ଉପରେ ଏହି ପ୍ରତିବନ୍ଧକ ଲଗାଯିବ ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଅତାଉଲ୍ଲାହ ତରାର ସୋମବାର ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି। ବେଆଇନ ଉତ୍ସରୁ ବିଦେଶୀ ପାଣ୍ଠି ସଂଗ୍ରହ, ଗତବର୍ଷ ମେ’ ୯ରେ ହୋଇଥିବା ଦଙ୍ଗା ଆଦି ପ୍ରସଙ୍ଗରେ ପିଟିଆଇ ଦେଶବିରୋଧୀ ଗତିବିଧିରେ ସାମିଲ ଥିବା ନେଇ ବିଶ୍ୱସନୀୟ ପ୍ରମାଣ ରହିଥିବା ଅତାଉଲ୍ଲାହ କହିଛନ୍ତି। ମେ’ ୯ ହିଂସା ଘଟଣାରେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ବିଫଳ କରିବା ପାଇଁ ପିଟିଆଇର କେତେଜଣ ପୂର୍ବତନ ଓ ବର୍ତ୍ତମାନର ନେତା ଉଦ୍ୟମ କରିଥିବା ଜଣାପଡ଼ିଛି। ପାକିସ୍ତାନ ସରକାର ଖୁବ୍‌ଶୀଘ୍ର ଏହି ମାମଲାକୁ ସୁପ୍ରିମକୋର୍ଟଙ୍କୁ ପଠାଇବେ ବୋଲି ଅତାଉଲ୍ଲାହ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ପିଟିଆଇ ଏବେ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ।...

ଭାରତୀୟଙ୍କୁ ଚାକିରି ଦେବାକୁ ଡାକୁଛି ଜର୍ମାନୀ, ମୋଦିଙ୍କ ସାମ୍ନାରେ ଏମିତି କହିଲେ ଚାନସେଲର

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜ କହିଛନ୍ତି ଯେ ଜର୍ମାନୀ ଭାରତୀୟମାନଙ୍କୁ ଚାକିରି ଯୋଗାଇବାକୁ ଚାହୁଁଛି। ସେ ଡାକୁଛନ୍ତି। କିନ୍ତୁ...

ମୋ ହାତ, ଅଣ୍ଟାକୁ ଛୁଇଁଥିଲେ ଡୋନାଲ୍ଡ ଟ୍ରମ୍ପ: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ ମଡେଲ୍‌

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାତ୍ର ୧୦ ଦିନ ବାକି ଅଛି। ଭାରତୀୟ ମୂଳର କମଲା ହାରିସ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା...

ଟ୍ରମ୍ଫଙ୍କ ପାଇଁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ମସ୍କ

ଓ୍ବାଶିଂଟନ,୨୫।୧୦: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଲିୟନେୟାର ଏଲୋନ ମସ୍କ ଖୋଲାଖୋଲି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଛନ୍ତି। ଟ୍ରମ୍ପଙ୍କ ସମର୍ଥନରେ ସେ ନିରନ୍ତର ରାଲି ମଧ୍ୟ...

ଗୋଟିଏ ଦିନରେ ରେକର୍ଡ ଏତିକି ଟଙ୍କା ରୋଜଗାର କଲେ ଏଲନ ମସ୍କ: ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୫।୧୦: ଦୁନିଆର ସବୁଠାରୁ ଧନୀ ବିଲିୟନେୟାର ଏଲନ ମସ୍କର ନିଟ ମୂଲ୍ୟ ଗୋଟିଏ ଦିନରେ ୩୩.୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ଏବେ ତାଙ୍କ ସମ୍ପତ୍ତି...

ଶେଖ ହାସିନାଙ୍କ ପରେ ଏବେ ଏମିତି କରୁଛନ୍ତି ୟୁନୁସ ସରକାର, ଯାହାକୁ ନେଇ…

ଢାକା,୨୫।୧୦: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପରେ ମଧ୍ୟ ରାସ୍ତାରେ ଲୋକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ବର୍ତ୍ତମାନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ...

କମଲା ହାରିସଙ୍କୁ ପ୍ରଶଂସା କଲେ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ୨୩ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞଙ୍କ ସମର୍ଥନ ମିଳିଛି।...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଲା ହାରିସଙ୍କୁ ଲାଗିଲା ବଡ ଝଟ୍‌କା, ବାଜି ମାରିଲେ ଟ୍ରମ୍ଫ

ଓ୍ବାଶିଂଟନ,୨୫।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ଭୋଟ ପାଇଁ ମାତ୍ର ଦୁଇ ସପ୍ତାହ ବାକି ଅଛି। ଆମେରିକାର ଉଭୟ ଦଳ ନିର୍ବାଚନରେ ଜିତିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri