ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଇମ୍ରାନଙ୍କ ଦଳ

ଇସଲାମାବାଦ,୨୦ା୧୨: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅତି କମ୍‌ରେ ତିନୋଟି ନିର୍ବାଚନମଣ୍ଡଳୀରୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ତାଙ୍କ ଦଳ ଘୋଷଣା କରିଛି। ୭୧ ବର୍ଷୀୟ ପୂର୍ବତନ କ୍ରିକେଟର ରାଜନେତା ଏହି ବର୍ଷ ଅଗଷ୍ଟ ମାସରେ ତୋସାଖାନା ଦୁର୍ନୀତି ମାମଲାରେ ଇସଲାମାବାଦର ଏକ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାର ଅର୍ଥ ହେଉଛି, ତାଙ୍କୁ ପାଞ୍ଚ ବର୍ଷ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଯଦିଓ ପରେ ଇସଲାମାବାଦ ହାଇକୋର୍ଟ ତାଙ୍କ ତିନି ବର୍ଷର ଦଣ୍ଡକୁ ସ୍ଥଗିତ ରଖିଥିଲେ। ଅନ୍ୟ ମାମଲାରେ ଇମ୍ରାନ ଏବେ ମଧ୍ୟ ଜେଲରେ ଅଛନ୍ତି।

Share