ଇମ୍ରାନଙ୍କ ବିମାନ ହରାଇଲା ଭାରସାମ୍ୟ, କଲା ଜରୁରୀ ଅବତରଣ…

ଇସଲାମାବାଦ, ୧୧।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଯାଉଥିବା ଏକ ବିମାନ ଶନିବାର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି। ଦୈନିକ ପାକିସ୍ତାନର ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ଶନିବାର ଏକ ରାଲିରେ ସମ୍ବୋଧିତ କରିବାକୁ ଗୁଞ୍ଜରାୱାଲା ଯାଉଥିଲେ।

ଏହି ସମୟରେ ବିମାନଟି ଭାରସାମ୍ୟ ହରାଇବା ଆରମ୍ଭ କଲା। ଏହା ପରେ ପାଇଲଟ ଶୀଘ୍ର କଣ୍ଟ୍ରୋଲ ଟାୱାର ସହିତ ଯୋଗାଯୋଗ କରି ବିମାନଟିକୁ ୫ ମିନିଟ୍‌ ମଧ୍ୟରେ ସୁରକ୍ଷିତ ଭାବରେ ଇସଲାମାବାଦ ବିମାନବନ୍ଦରରେ ଅବତରଣ କରିବାରେ ସଫଳ ହୋଇଥିଲେ। ତେବେ ପରେ ଇମ୍ରାନ ରାସ୍ତାରେ ଗୁଞ୍ଜରାୱାଲା ଯାତ୍ରା କରିଥିଲେ।

ସେ ଗୁଞ୍ଜରାୱାଲାରେ ପହଞ୍ଚିୟ ଲୋକଙ୍କୁ ସମ୍ବୋଧିତ କରି ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ସରକାରଙ୍କ କବଳରୁ ଦେଶ ତଥା ଅର୍ଥନୀତି ବଞ୍ଚାଇ ବାକୁ ଚାହୁଁଛନ୍ତି ତେବେ ସ୍ବର ଉତ୍ତୋଳନ କରନ୍ତୁ। ଜିନ୍ନା ଷ୍ଟାଡିୟମରେ ସେ କହିଛନ୍ତି ମୁଁ ଯେଉଁମାନଙ୍କୁ ଶକ୍ତି ଅଛି ସେମାନଙ୍କୁ ସମ୍ବୋଧିତ କରୁଛି। ସେ କହିଛନ୍ତି ଯେ ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ଯେ ଏହି ସରକାର କିପରି ଏହି ଦେଶ ଏବଂ ଅର୍ଥନୀତିର ଅବନତି କରୁଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ପାକିସ୍ତାନରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ପୁଣିଥରେ ଦାବି କରିଛନ୍ତି। ଏଥିସହ ଚେତାବନୀ ଦେଇଛନ୍ତି ଯଦି ସରକାର ତାହା ନକରନ୍ତି ତେବେ ଲୋକ ରାସ୍ତାକୁ ଓହ୍ଲାଇବେ ଏବଂ ଜବରଦସ୍ତ ନିର୍ବାଚନ ଅନୁଷ୍ଠିତ ହେବ।

Share