ଲାହୋର,୨୬ା୩: ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଲାହୋରବାସୀଙ୍କୁ ତାଙ୍କର ମିନାର-ଇ-ପାକିସ୍ତାନ ସମାବେଶକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି।
ସମାବେଶର ଗୋଟିଏ ଦିନ ପରେ ଇମ୍ରାନ ନିଜ ଟୁଇଟରରେ ଲେଖିଛନ୍ତି, ଲାହୋରରେ ବଦମାସ ଗ୍ୟାଙ୍ଗ ବନ୍ଦ ହୋଇଯାଇଛି ଏବଂ ଆମର ୨୦୦୦ କାର୍ଯ୍ୟକର୍ତ୍ତା ଗିରଫ ହୋଇଥିଲେ ମଧ୍ୟ ଲାହୋରର ଲୋକମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଆମ ସମାବେଶକୁ ସଫଳତା କରିଛନ୍ତି। ମୁଁ ଲାହୋରବାସୀଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ତୁମ ପାଇଁ ଗର୍ବିତ ବୋଲି କହିଛନ୍ତି।