ପାକ୍‌ ଚ୍ୟାନେଲରେ ଇମ୍ରାନ୍‌ଙ୍କ ଭାଷଣ ବ୍ୟାନ୍‌

ଇସ୍‌ଲାମାବାଦ, ୨୨ା୮: ଇସ୍‌ଲାମାବାଦର ଏକ ପାର୍କରେ ଭାଷଣ ଦେବାବେଳେ ବରିଷ୍ଠ ପୋଲିସ ଅଧିକାରୀ, ଜଣେ ମହିଳା ବିଚାରପତି, ସରକାରୀ ଅଫିସରଙ୍କୁ ଖୋଲାଖୋଲି ଧମକ ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଣିକି ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ଙ୍କ ଭାଷଣ ପ୍ରସାରଣ ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ନିୟାମକ ପ୍ରାଧିକରଣ (ପିଇଏମ୍‌ଆର୍‌ଏ) କଟକଣା ଲଗାଇଛି।

କୌଣସି ନୀତି ଉଲ୍ଲଂଘନ କରୁ ନ ଥିବା ଇମ୍ରାନ୍‌ ପୂର୍ବ ରେକର୍ଡ ବାର୍ତ୍ତାର ଗୁରୁତ୍ୱ ଓ ଆବଶ୍ୟକତାକୁ ଦେଖି ଚ୍ୟାନେଲଗୁଡ଼ିକ ପ୍ରସାରଣ କରିପାରିବେ। ଅପରପକ୍ଷେ ଆଇଡି ଏବଂ ଡିଆଇଜି ପୋଲିସ ବିରୋଧରେ ଇମ୍ରାନଙ୍କ ମନ୍ତବ୍ୟକୁ ନେଇ ତାଙ୍କ ନାଁରେ ଆତଙ୍କବାଦ ନିରୋଧୀ ଆକ୍ଟରେ ମାମଲା ରୁଜୁ ହୋଇଛି। ଏପରି କରି ସେ ଦେଶରେ ଘୃଣା ବିସ୍ତାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

Share