ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ ଭୟଙ୍କର ହେବେ। ଏହା ବିରୋଧି ଦଳଙ୍କ ପାଇଁ ବିପଜ୍ଜନକ ହେବ। ଏହା ସହିତ ଇମ୍ରାନ୍‌ ବିରୋଧିଙ୍କ କୌଣସି ପରାମର୍ଶ ଗ୍ରହଣ କରିବାକୁ ମନା କରିଦେଇଥିଲେ।

ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ଯୋଜନା ଉପରେ ଏକ ପ୍ରଶ୍ନର ଉତ୍ତରରେ ଇମ୍ରାନ୍‌ କହିଛନ୍ତି ଯେ ଏହି ପଦକ୍ଷେପ ବିଫଳ ହେବ। ପ୍ରଧାନମନ୍ତ୍ରୀ ବିରୋଧିଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ମୁଁ ଯଦି ରାସ୍ତାରେ ବାହାରକୁ ଆସେ, ତେବେ ତୁମେ ଲୁଚିବାକୁ ବି ସ୍ଥାନ ପାଇବ ନାହିଁ।

ଆଫଗାନିସ୍ତାନରେ କାର୍ଯ୍ୟ କରୁଥିବା ଇସଲାମିକ ଷ୍ଟେଟ ଖୋରାସାନ (ଆଇଏସ-କେ), ନିଷିଦ୍ଧ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ତୁଳନାରେ ପାକିସ୍ତାନର ଶାନ୍ତି ଏବଂ ଅଖଣ୍ଡତା ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଖାଇବର ପସ୍ତୁନଖ୍ବାରେ ଆଇଏସ୍‌-କେ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି ବୋଲି ସେ କହିଛନ୍ତି।

ଗତ ବର୍ଷ ଅଗଷ୍ଟରେ କାବୁଲରେ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନର ଅନେକ ସହରରେ ଆକ୍ରମଣକୁ ଜୋରଦାର କରିଥିବା ଆଇଏସ-କେଖାଇବର ପସ୍ତୁନଖ୍ବା ପ୍ରଦେଶରେ ପାକିସ୍ତାନୀ ସୁରକ୍ଷା ଅଧିକାରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା।

ଆଇଏସ-କେ ଦେଶର ନିରାପତ୍ତା ପାଇଁ ଅଧିକ ବିପଦ ସୃଷ୍ଟି କରିଛି। ଏହାକୁ ଦୃଢ଼ଭାବେ ଦମନ କରାଯିବାର ଯୋଜନା ପ୍ରସ୍ତୁତ ହୋଇଥିବା ଇମ୍ରାନ୍‌ କହିଛନ୍ତି।

Share