୧୦ ଦିନରେ ୨୨ ଶିଶୁ ପଜିଟିଭ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲାରେ ଦୈନିକ କୋଭିଡ୍‌ ସଂକ୍ରମଣ ହ୍ରାସ ପାଉଥିଲେ ମଧ୍ୟ ଶିଶୁମାନେ ସଂକ୍ରମିତ ହେଉଛନ୍ତି। ଜିଲା ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ଗତ ୧୦ ଦିନରେ ଜିଲାରେ ୧୩୬ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ଜଣ ଶିଶୁ ଅଛନ୍ତି। ଆକ୍ରାନ୍ତ ଶିଶୁଙ୍କ ମଧ୍ୟରେ ୧୨ ଝିଅ ଓ ୧୦ ପୁଅ ରହିଛନ୍ତି। ଚଳିତ ମାସ ୧୭ଠାରୁ ୨୭ ତାରିଖ ୧୦ ଦିନର ସଂକ୍ରମଣ ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରଦାନ କରାଯାଇଛି।

ଚଳିତ ମାସ ୨୮ ତାରିଖ ସୁଦ୍ଧା ଜିଲାରେ ମୋଟ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୯୯୭ ଛୁଇଁଥିବା ବେଳେ ୧୩୩ ସକ୍ରିୟ ମାମଲା ରହିଛି। ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ଜିଲାରେ ୨୫ ହଜାର ୭୩୪ ଜଣ ଆରୋଗ୍ୟଲାଭ କରିଥିବା ବେଳେ ୧୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଟ ଉପରେ ଶୋଇଥିଲେ ବୃଦ୍ଧା, ଘରେ ପଶି ଝୁଣି ମାରିଦେଲା କୁକୁର

ଭୋଗରାଇ,୧୪ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଜୟରାମପୁର ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ୬୫ ବର୍ଷୀୟା ରୋଗାଗ୍ରସ୍ତା...

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକ୍‌ରେ ଗାଁକୁ ଗଲା ମୃତଦେହ

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ରୋଗୀଙ୍କ ପାଇଁ ମିଳିଲାନି ମହାପ୍ରୟାଣ...

ଘାଟିରେ ଜିଆଇ ତାର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ, କଟର ସାହାଯ୍ୟରେ ଉଦ୍ଧାର ହେଲେ ଚାଳକ

ଜି.ଉଦୟଗିରି,(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରୁ ମାତ୍ର ୩ କିଲୋମିଟର ଦୂର କଳିଙ୍ଗା ଘାଟି ପ୍ରଥମ ବୁଲାଣିରେ ବୁଧବାର ବିଳମ୍ବିତ...

ରାମ୍‌କୋକୁ ୧.୫୨ କୋଟି ଜରିମାନା

ଯାଜପୁର,୧୪ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ବ୍ଲକ ହରିଦାଶପୁରରେ ପ୍ରତିଷ୍ଠା ହୋଇଥିବା ରାମ୍‌କୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍‌ କାରଖାନା ଆଇନଗତ ଅଧିକାର ନ ଥିବା ୫.୪୨...

ଯୁବକଙ୍କୁ ଘୋଷାଡ଼ି ନେଲା ମାଲ୍‌ବାହୀ ଟ୍ରେନ୍‌, କଟିଗଲା ଗୋଡ଼

ଲାଞ୍ଜିଗଡ଼,୧୪ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଚନ୍ଦନପୁର ନିକଟସ୍ଥ ଆମ୍ବାଦଳାରୁ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ୍‌କୁ ଯାଉଥିବା ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ...

ଟ୍ରକ୍‌କୁ ପଛରୁ ପିଟିଲା ଟ୍ରକ୍‌; ଷ୍ଟିଅରିଂରେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଆନନ୍ଦପୁର/ଘଷିପୁରା,୧୪।୧୧(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ ): କେନ୍ଦୁଝର ଜିଲା ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଦରଖୋଳା ଛକ ନିକଟରେ ଏକ ଭୟଙ୍କର...

ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା

କଟକ,୧୪ା୧୧(କାର୍ତ୍ତିକ ସାହୁ): କଟକ ସହରରେ ଆସନ୍ତା ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଉତ୍ସବ ଅନୁଷ୍ଠିତ ହେବ। କମିଶନ୍‌ରେଟ୍‌ ପୋଲିସ ପକ୍ଷରୁ ସହରର ବିଭିନ୍ନ ରାସ୍ତାରେ...

କୋର୍ଟରେ ହାଜର ହେଲେ ଏମ୍‌ପି ପ୍ରଦୀପ, ପାଠକ ବାପପୁଅ

ବ୍ରହ୍ମପୁର, ୧୪ା୧୧ (ସୁବାସ ଚନ୍ଦ୍ର ପାଢ଼ୀ): ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri