୧୦୦ ଦିନରେ ଭାଜପାର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା

ଭୁବନେଶ୍ୱର,୧୯।୯(ଅନିଲ ଦାସ):ରାଜ୍ୟ ଭାଜପା ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମରୁ ସ୍ପଷ୍ଟ ହେଉଛି ଯେ, ଏହି ସରକାର ସମୟରେ ଓଡ଼ିଶାର ବିକାଶ ଦୁଇ ପାଦ ପଛକୁ ଯିବ ବୋଲି ବିଜେଡି ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ନିର୍ବାଚନ ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଏହି ୧୦୦ ଦିନରେ ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା ବୋଲି କହି ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।

ସେ କହିଛନ୍ତି, ଗତ ନିର୍ବାଚନରେ ଭାଜପା ତା’ର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା ଯେ, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବ କିନ୍ତୁ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରା ଯାଇଛି। ତେଣୁ ରାଜ୍ୟର ୮୦ ଭାଗ ଭତ୍ତାଧାରୀ ରାଜ୍ୟ ସରକାରଙ୍କ ପ୍ରବଞ୍ଚନାର ଶିକାର ହୋଇଛନ୍ତି। ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ଭାଜପା ରାଜ୍ୟରେ ଓଡ଼ିଆଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି। ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିଲେ ହେଁ ରାଜ୍ୟ ସରକାର ଏଥିରେ ନ୍ୟାୟ ପ୍ରଦାନ ଦୂରେ ଥାଉ, ସାମାନ୍ୟ ମାମଲାଟିଏ ମଧ୍ୟ କରିପାରିଲେ ନାହିଁ । ଚିକିଟି ମଦମୃତ୍ୟୁ ଘଟଣାରେ ପାଞ୍ଚ ଜଣଙ୍କ ଜୀବନ ଯାଇଥିଲା, ଯାହା ରାଜ୍ୟ ସରକାରଙ୍କ ଆଉ ଏକ ବିଫଳତା ଥିଲା। ରାଜ୍ୟ ଭାଜପା ସରକାର ସୁଭଦ୍ରା ଯୋଜନା ଉପରେ ଅନେକ ବାହୁସ୍ଫୋଟ ମାରୁଥିଲେ ହେଁ ବାସ୍ତବରେ ଏହି ଯୋଜନାରେ ସରକାର ରାଜ୍ୟର ମହିଳାମାନଙ୍କୁ ପ୍ରତାରଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ସୀମା ଟପିଥିଲା ଭରତପୁର ଥାନା ପୋଲିସ, କାନ୍ଦି କାନ୍ଦି ଘଟଣା ଦିନର କାହାଣୀ କହିଲେ ମେଜରଙ୍କ ବାନ୍ଧବୀ

ଭୁବନେଶ୍ୱର,୧୯।୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନ। ଆଉ ଏହା...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri