Posted inଜାତୀୟ

୧୩ ବର୍ଷରେ ୧୮ ଲକ୍ଷ ଭାରତୀୟ ନାଗରିକତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୩୦ା୧୨: ଗତ ୧୩ ବର୍ଷ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ସେମାନଙ୍କ ନାଗରିକତ୍ୱ ତ୍ୟାଗ କରି ୧୩୫ଟି ଦେଶର ନାଗରିକତ୍ୱ ଗ୍ରହଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟ ସଭାରେ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବିକାଶ ଏବଂ ବୈଶ୍ୱିକ ପ୍ରଭାବରେ ଭାରତଠାରୁ ବହୁ ପଛରେ ପଡ଼ିଥିବା ପାକିସ୍ତାନ, ବାଂଲାଦେଶ, ଫିଜି, ମ୍ୟାନ୍‌ମାର, ଥାଇଲାଣ୍ଡ, ନାମିବ୍ୟା, ନେପାଳ ଏବଂ ଶ୍ରୀଲଙ୍କା ଭଳି ଦେଶର ନାଗରିକତ୍ୱ ଗ୍ରହଣ କରିବାକୁ ଏମାନେ ବିକଳ୍ପ ଚୟନ କରିଛନ୍ତି। ଅନ୍ୟ ପସନ୍ଦର ଦେଶ ମଧ୍ୟରେ ରହିଛି ଆମେରିକା, କାନାଡା, ରୁଷିଆ, ଚାଇନା, ଇଜିପ୍ଟ, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍‌, ସୁଦାନ, ସୁଇଜରଲାଣ୍ଡ, ତ୍ରିନିଦାଦ ଏବଂ ଟବାଗୋ, ବ୍ରିଟେନ୍‌, ତୁର୍କୀ, ୟୁଏଇ ଏବଂ ଭିଏଟ୍‌ନାମ।
ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରଦତ୍ତ ଉକ୍ତ ତଥ୍ୟ ଅନୁଯାୟୀ, ୨୦୨୨ରେ ୨,୨୫,୬୨୦ ଭାରତୀୟ ନାଗରିକତ୍ୱ ଛାଡ଼ିଥିବାବେଳେ ୨୦୨୩ରେ ୨,୧୬,୨୧୯ ଜଣ ଛାଡ଼ିଛନ୍ତି। ୨୦୧୫ରୁ ୨୦୨୩ ମଧ୍ୟରେ ମୋଟ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟ ନାଗରିକତ୍ୱ ଛାଡ଼ିବା ସହ ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଉଚ୍ଚ ସଦନରେ ଏକ ପ୍ରଶ୍ନର ଉତ୍ତରରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଜଣାଇଥିଲା ଯେ, ନାଗରିକତ୍ୱ ଛାଡ଼ିବା କିମ୍ବା ଗ୍ରହଣ କରିବା ବ୍ୟକ୍ତିଗତ ବ୍ୟାପାର। ଜ୍ଞାନ ଅର୍ଥନୀତିର ଯୁଗରେ ବୈଶ୍ୱିକ କାର୍ଯ୍ୟସ୍ଥଳ ସମ୍ଭାବନାକୁ ସରକାର ସ୍ବୀକୃତି ଦେଇଛନ୍ତି। ଅନ୍ୟପକ୍ଷରେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତମ କ୍ୟାରିୟର ସୁଯୋଗ, ଉନ୍ନତ ଜୀବନଧାରଣ ମାନ, ବ୍ୟାପକ ଶିକ୍ଷା ସମ୍ଭାବନା ଏବଂ ବୈଶ୍ୱିକ ଗମନାଗମନ ସୁବିଧା ଆଦି କାରଣରୁ ଲୋକେ ଭାରତୀୟ ନାଗରିକତ୍ୱ ଛାଡ଼ୁଛନ୍ତି। ଏହା ବ୍ୟତୀତ ସେମାନେ ବିକଶିତ ରାଷ୍ଟ୍ରଗୁଡ଼ିକର ମଜଭୁତ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏବଂ ଦ୍ୱୈତ ନାଗରିକତ୍ୱ ସୁବିଧା ଦ୍ୱାରା ପ୍ରଲୋଭିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ଅଭିଯୋଗ ହେଲା କାଳ, ବିଦାୟ ବାଟରେ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ,୬।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏକଦା ଲିବେରଲା ପାର୍ଟିର ଭବିଷ୍ୟତ ଉଜ୍ଜଳ କରିବେ ବୋଲି ଆଶା କରାଯାଉଥିଲା ବେଳେ ନିଜ ଦଳ ମଧ୍ୟରେ ବିବାଦୀୟ...

ଭାରତକୁ ପୂର୍ଣ୍ଣ ବେସାମରିକ ଆଣବିକ ସହଯୋଗ ଦେବ ଆମେରିକା

ନୂଆଦିଲ୍ଲୀ,୬।୧ : ଭାରତକୁ ଆମେରିକା ବେସାମରିକ ଆଣବିକ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ଯୋଗାଇଦେବ। ୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା...

କୋଲକାତାରେ ୬ ମାସର ଶିଶୁ HMPV ଆକ୍ରାନ୍ତ

ନୂଆଦିଲ୍ଲୀ,୬।୧: ଚିନ୍ତା ବଢାଇଲାଣି HMPV ମାମଲା। କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ...

ଜେଲ୍‌ରେ ଥାଇ ଅନଶନ କରିବେ ପ୍ରଶାନ୍ତ କିଶୋର: ଜାମିନ ନେବାକୁ କଲେ ମନା

ପାଟନା,୬।୧: ଜନ ସୁରଜ ପାର୍ଟିର ମୁଖ୍ୟ ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ବିପିଏସ୍‌ପି ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ...

୫୦ ଫୁଟ ଉପରକୁ ଉଡ଼ିଲା ସେନା ଗାଡ଼ି: ଗଛଡାଳରେ ଲାଗିଛି ଗାଡ଼ି ଯନ୍ତ୍ରାଂଶ

ରାୟପୁର,୬।୧: ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର ଆଇଇଡି ବିସ୍ଫୋରଣ ଖଞ୍ଜି ଯବାନଙ୍କ ଏକ ଗାଡ଼ିକୁ ଉଡ଼ା ଦେଇଛନ୍ତି। ବିସ୍ଫୋରଣରେ ୯ଜଣ...

ଭାରତରେ HMPV ମାମଲା ଚିହ୍ନଟ: ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ ସରକାର

ନୂଆଦିଲ୍ଲୀ,୬।୧: ଚାଇନାରେ HMPV ମାମଲା ଭାରତରେ ୩ ଜଣଙ୍କ ଦେହରେ ଚିହ୍ନଟ ହୋଇଛି। HMPV ଭୂତାଣୁ କର୍ନାଟକରୁ ୨ ଏବଂ ଅହମ୍ମଦାବାଦରୁ ଗୋଟିଏ ମାମଲା ସାମ୍ନାକୁ...

ସେନା ଗାଡ଼ି ଉଡାଇଦେଲେ ମାଓବାଦୀ: ୯ ଯବାନ ଶହୀଦ

ରାୟପୁର/ମାଲକାନଗିର,୬।୧(ଦୁର୍ଯ୍ୟୋଧନ ପାତ୍ର): କିଛି ଦିନର ନୀରବତା ପରେ ପୁଣି ମାଓବାଦୀମାନେ ସକ୍ରିୟ ହୋଇ ଉଠିଛନ୍ତି। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର କୁଟ୍ରୁ-ବେଡ୍ରେ ରାସ୍ତାରେ ମାଓବାଦୀମାନେ ସୋମବାର...

କାନ୍ଦିପକାଇଲେ ମୁଖ୍ୟମନ୍ତ୍ରୀ: ଭୋଟ ପାଇଁ ମୋ ବାପାଙ୍କୁ…

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶି ଭାବପ୍ରବଣ ହୋଇପଡିଛନ୍ତି। ରମେଶ ବିଧୁରୀଙ୍କ ବକ୍ତବ୍ୟର ଜବାବ ଦେଇ ସେ କହିଛନ୍ତି, ମୋ ବାପା ଜଣେ ଶିକ୍ଷକ। ସେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri