୧୫ ଦିନରେ ୧୫ ଦେଶରେ ପହଞ୍ଚିଲା ମଙ୍କିପକ୍ଦ, ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଲା…

ଓ୍ବାଶିଂଟନ, ୨୬।୫ : କରୋନା ମହାମାରୀ ସଂକ୍ରମଣ ସଙ୍କଟ ମଧ୍ୟରେ ମଙ୍କିପକ୍ସ ଆତଙ୍କ ସୃଷ୍ଟି କରିଛି। ମାତ୍ର ୧୫ ଦିନରେ ଏହା ୧୫ଦେଶକୁ ବ୍ୟାପିଛି। ୟୁରୋପିଆନ୍‌ ୟୁନିଅନ୍‌ ଡିଜିଜ୍‌ ଏଜେନ୍ସି ତଥ୍ୟ ଅନୁସାରେ ସମ୍ପ୍ରତି ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ ଛୁଇଁଛି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ ଜାରି ହୋଇଛି ଯେ, ଏହି ସଂକ୍ରମଣକୁ ଗୁରୁତର ସହ ଗ୍ରହଣ କରାଯିବା ଜରୁରୀ।

କୌଣସି ଦେଶରେ ଗୋଟିଏ ସକ୍ରିୟ ମାମଲା ଚିହ୍ନଟ ହେଲେ ସେଠାରେ ଏହାକୁ ଆଉଟ୍‌ ବ୍ରେକ୍‌ ଭାବେ ଗ୍ରହଣ କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି।

ମଙ୍କିପକ୍ସ ଯୋଗୁ ୟୁରୋପରେ ସ୍ଥିତି ଅଧିକ ସଙ୍କଟ ଜନକ ହୋଇଛି। ଏହା ସହିତ ଆମେରିକା, ବ୍ରିଟେନ୍‌, ଇଟାଲୀ, ଫ୍ରାନ୍ସ, ସ୍ବିଡେନ୍‌, ସ୍ପେନ୍‌, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ,ଜର୍ମାନୀ, ଇସ୍ରାଏଲ୍‌, କାନାଡ଼ା,ନେଦରଲାଣ୍ଡ୍‌,ବେଲଜିୟମ୍‌, ଅଷ୍ଟ୍ରିଆ ଏବଂ ସ୍ବିଜରଲାଣ୍ଡରେ ଏହାର ସଂକ୍ରମଣ ଆରମ୍ଭ ହୋଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି।

Share