Categories: Uncategorized

ଏଣିକି ୧୫ ମିନିଟ୍‌ରେ ଅଭିଯୋଗ ଶୁଣିବ ପୋଲିସ

କଟକ,୧୯।୨: କଟକ କମିସନରେଟ୍‌ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ନମ୍ବର ଜାରି କରାଯାଇଛି। କୌଣସି ଅଭିଯୋଗ ନେଇ ପୁଲିସକୁ ଫୋନ କି ହ୍ବାଟ୍ସଆପ୍‌ ମେସେଜ କଲେ ମାତ୍ର ୧୫ ମିନିଟରେ ପୋଲିସ ଅଭିଯୋଗର ସମାଧାନ କରିବ। ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଡିସିପିଙ୍କ ଆଧୁନିକ କଣ୍ଟ୍ରୋଲ ରୁମ ମାଧ୍ୟମରେ ଏହି ନମ୍ବର ପରିଚାଳିତ ହେବାକୁ ଯାଉଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାସ୍ତାରେ ଘଟୁଥିବା ଅପରାଧ ରୋକିବାକୁ କଟକ କମିସନରେଟ ପୋଲିସ ୨୪ ଘଣ୍ଟିଆ ସହାୟତା ନମ୍ବର୍‌ ଜାରି କରିଛି। ଏହି ମୋବାଇଲ ନମ୍ବର୍‌ ହେଉଛି ୭୯୭୮୮୯୪୪୦୫। ଏହା ୧୧୨ ସହାୟତା ନମ୍ବର୍‌ ସହିତ ସମାନ୍ତରାଳ ଭାବେ କାର୍ଯ୍ୟ କରିବ। କୌଣସି ଅପରାଧିକ ତତ୍ତ୍ବଙ୍କ ଗତିବିଧି ସମ୍ପର୍କରେ ସୂଚନା ଦେଇ କିମ୍ବା ରାସ୍ତାରେ ଲୁଟେରାଙ୍କ ଛିନତାଇଙ୍‌, ସର୍ବସାଧାରଣରେ ବେଆଇନ ମଦ କାରବାର ସମ୍ପର୍କରେ ଏହି ନମ୍ବର ମାଧ୍ୟମରେ ସାଧାରଣ ଲୋକେ କିମ୍ବା ଅଭିଯୋଗକାରୀ ପୋଲିସ କୁସୂଚନା ଦେଇପାରିବେ। କଟକ ସହରବାସୀ ଏହି ନମ୍ବରରେ ଫୋନ କରିବା ସହିତ ହ୍ବାଟ୍ସଆପ୍‌ରେ ମେସେଜ ପଠାଇପାରିବେ।