୧୭ ଦିନରେ ଗଲାଣି ୮୬୮୯.୬୨୬ ଟନ୍‌ ଅକ୍ସିଜେନ୍‌

କଟକ ଅଫିସ,୧୦ା୫:କରୋନା ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଛି ା ଏଭଳି ପରିସ୍ଥିତିରେ ସାରା ଦେଶକୁ ମେଡିକାଲ ଅକ୍ସିଜେନ୍‌ ଯୋଗାଇଛି ଓଡ଼ିଶା। ୧୭ ଦିନ ମଧ୍ୟରେ ଅନୁଗୋଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲାରୁ ୪୭୩ ଟ୍ୟାଙ୍କରରେ ୮୬୮୯.୬୨୬ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଆନ୍ଧ୍ରପ୍ରଦେଶକୁ ୧୪୧ ଟ୍ୟାଙ୍କରରେ ୨୮୫୪.୪୨୪ ଟନ୍‌, ତେଲଙ୍ଗାନାକୁ ୧୨୨ ଟ୍ୟାଙ୍କରରେ ୨୦୭୨.୪୨୪ ଟନ୍‌, ତାମିଲନାଡୁକୁ ୧୦ ଟ୍ୟାଙ୍କରରେ ୨୦୨.୦୪ ଟନ୍‌, ହରିୟାଣାକୁ ୬୫ ଟ୍ୟାଙ୍କରରେ ୧୧୭୮.୨୨୨ ଟନ୍‌, ମହାରାଷ୍ଟ୍ରକୁ ୨୨ ଟ୍ୟାଙ୍କରରେ ୩୮୮.୬୮ ଟନ୍‌, ଛତିଶଗଡ଼କୁ ୧୯ ଟ୍ୟାଙ୍କରରେ ୨୮୯.୬୫୧ ଟନ୍‌, ଉତ୍ତରପ୍ରଦେଶକୁ ୩୫ ଟ୍ୟାଙ୍କରରେ ୬୪୪.୦୮ ଟନ୍‌, ମଧ୍ୟପ୍ରଦେଶକୁ ୪୨ ଟ୍ୟାଙ୍କରରେ ୭୩୨.୦୨ ଟନ୍‌୍‌, ଦିଲ୍ଲୀକୁ ୧୩ ଟ୍ୟାଙ୍କରରେ ୨୩୭.୨୪ ଟନ୍‌, ପଞ୍ଜାବକୁ ୨ ଟ୍ୟାଙ୍କରରେ ୫୮.୨୨ ଟନ୍‌ ଓ ବିହାରକୁ ୨ଟି ଟ୍ୟଙ୍କରରେ ୩୧.୨୯ ଟନ୍‌ ଅକ୍ସିଜେନ ପଠାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

Share