୧୭ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳରେ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ…

ନୂଆଦିଲ୍ଲୀ, ୨୫।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶର ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ଛୁଇଁଛି। ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ରହିଛି। ଦିଲ୍ଲୀର ଆକ୍ରାନ୍ତଙ୍କ ସଂଖ୍ୟା ୭୯ ରେ ପହଞ୍ଚିଛି। ସେହିପରି ଗୁଜୁରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭, ତାମିଲନାଡୁରେ ୩୪, କର୍ନାଟକରେ ୩୧, ରାଜସ୍ଥାନରେ ୨୨, ହରିୟାଣାରେ ୪, ଓଡ଼ିଶାରେ ୪, ଆନ୍ଧ୍ରପ୍ରଦେଶରେ ୪, ଜମ୍ମୁ-କଶ୍ମୀରରେ ୩, ପଶ୍ଚିମବଙ୍ଗରେ ୩ , ଉତ୍ତରପ୍ରଦେଶରେ ୨, ଚଣ୍ଡିଗଡ଼ରେ ୧, ଲଦାଖରେ ୧ ଏବଂ ଉତ୍ତରାଖଣ୍ଡରେ ଜଣଙ୍କୁ ଚିହ୍ନଟ କରାଯାଇଛି।
ସେହିପରି ଇତିମଧ୍ୟରେ ୧୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ, ପୁଣି କଟକଣା ଲାଗୁ କରାଯାଇଛି।

Share