Categories: ଖେଳ

୧୯ରେ ଭାରତ-ପାକିସ୍ତାନ ମହାମୁକାବିଲା

କଲମ୍ବୋ,୧୨ା୭: ସ୍ଥାନୀୟ ଦାମ୍ବୁଲାରେ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ପ୍ରଥମ ଦିବସ ଜୁଲାଇ ୧୯ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବେ। ଏହାର ଦିନକ ପରେ ଆୟୋଜକ ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମ୍ୟାଚ ଖେଳାଯିବ ବୋଲି ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲସି) ତରଫରୁ ସୂଚନା ଦିଆଯାଇଛି।

ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ବ୍ୟତୀତ ପ୍ରତିଯୋଗିତାରେ ଭାଗ ନେଉଥିବା ଅନ୍ୟ ୪ଟି ଦଳ ହେଲେ ଥାଇଲାଣ୍ଡ, ୟୁଏଇ, ନେପାଳ ଓ ମାଲେସିଆ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି।

ଗ୍ରୁପ୍‌ ‘ଏ’ରେ ଭାରତ ସହିତ ପାକିସ୍ତାନ ୟୁଏଇ ଓ ନେପାଳ ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌‘ବି’ରେ ବାଂଲାଦେଶ, ଶ୍ରୀଲଙ୍କା, ମାଲେସିଆ ଓ ଥାଇଲାଣ୍ଡ ରହିଛନ୍ତି। ଟୁର୍ନାମେଣ୍ଟରେ ଦୁଇ ସେମିଫାଇନାଲ ଓ ଫାଇନାଲ ସମେତ ମୋଟ ୧୫ଟି ମ୍ୟାଚ ଖେଳାଯିବ।

ଇଣ୍ଟରନ୍ୟାଶନାଲ ପ୍ଲାଟଫର୍ମରେ ସମସ୍ତ ମ୍ୟାଚଗୁଡ଼ିକର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ଏସ୍‌ଏଲସିର କାର୍ଯ୍ୟନିର୍ବାହୀ କମିଟି ଓ ଏସିଆନ କ୍ରିକେଟ କାଉନ୍‌ସିଲ ମିଳିତ ଭାବେ ରବିନ ବିକ୍ରମରନେତ୍ଙ୍କୁ ଟୁର୍ନାମେଣ୍ଟ ନିର୍ଦ୍ଦେଷକ ଭାବେ ନିଯୁକ୍ତି ଦେଇଛନ୍ତି।

Share