ଆଜିକାଲି ସୋସିଆଲ ମିଡିଆରେ ଏକ ବିଲ୍ ଭାଇରାଲ ହେଉଛି। ଯାହାକୁ ଦେଖି ବର୍ତ୍ତମାନ ରୟାଲ ଏନ୍ଫିଲ୍ଡ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ଏହି ବିଲ୍ରେ ବୁଲେଟ୍ର ଦାମ୍ ବର୍ତ୍ତମାନ ବୁଲେଟ୍ ଦାମ୍ଠାରୁ ବହୁତ କମ୍ ରହିଛି।
ଏହି ବିଲ୍ରେ ୧୯୮୬ ମସିହାରେ ଏକ ବୁଲେଟ୍ର ଦାମ୍ ଲେଖାଯାଇଛି ୧୮,୭୦୦। ବିଲ୍ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ କହିଛନ୍ତି, ଆଜିକାଲି ଏହି ଦାମ୍ରେ ବୁଲେଟର ଗୋଟିଏ ପାର୍ଟ ବି ମିଳିବନି। କାରଣ ଏବେ ଏହି ଗାଡ଼ିର ଦାମ୍ ଲକ୍ଷାଧିକ ଟଙ୍କା। ବିଲ୍ଟି ଇଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହି ବିଲ୍ଟି ୨୩ ଜାନୁୟାରୀ ୧୯୮୬ର ହୋଇଥିବା ବେଳେ ଏଥିରେ ଡିଲରଙ୍କ ନାଁ ସହିତ ସ୍ଥାନର ନାଁ ଝାଡ଼ଖଣ୍ଡର ବୋକାର ବୋଲି ଲେଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭାଇରାଲ ବିଲ୍କୁ ଲକ୍ଷାଧିକ ଲୋକ ଦେଖିସାରିଲେଣି।