୨ ବର୍ଷରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳିଛି ୬ ମାସ

ରାଜକନିକା, ୧୫ା୭(ସଞ୍ଜୟ କୁମାର ଦାଶ): ଗ୍ରାମାଞ୍ଚଳରେ ସହରାଞ୍ଚଳର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଗମନାଗମନକୁ ସୁଗମ୍ୟ କରିବା ଦିଗରେ ୱାର୍ଡରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସମସ୍ତ ପଥପାର୍ଶ୍ୱ ଆଲୋକୀକରଣ (ଷ୍ଟ୍ରିଟ ଲାଇଟ) ବ୍ୟବସ୍ଥା କରାଉଛନ୍ତି। ଏହି ଷ୍ଟ୍ରିଟ୍‌ ଲାଇଟ୍‌ଗୁଡିକ ଦିନରେ ଶୋଭା ମଣ୍ଡନ କରିବା ବ୍ୟତୀତ ପତାକା, ଟେଲିଫୋନ କେବୁଲ ଓ ବିଭିନ୍ନ ହୋର୍ଡିଂ ବନ୍ଧା ହେବାର ସାହାଯ୍ୟରେ ଆସୁଛି। ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ମୁଖ୍ୟ କଣ୍ଟପଡ଼ା ବଜାର ପଥପାର୍ଶ୍ୱ ଷ୍ଟ୍ରିଟ୍‌ ଲାଇଟ କ୍ଷେତ୍ରରେ।
୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସଭା ଉନ୍ନୟନ ପାଣ୍ଠି ଅନୁଦାନରେ କଣ୍ଟପଡ଼ା ବଜାର ଉଜ୍ଜ୍ୱଳ ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଥିଲା। ଯାହା ଠିକ୍‌ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଧାୟକଙ୍କ ଦ୍ୱାରା ୨୦୨୨ ଜାନୁୟାରୀ ୧ରେ ଉଦ୍‌ଘାଟନ ହୋଇଥିଲା। ଚନ୍ଦନ ପୋଖରୀ ଛକଠାରୁ କଣ୍ଟପଡ଼ା ବଜାର ଦେଇ ଆରସା ଛକ ପର୍ଯ୍ୟନ୍ତ ୫୭ଟି ଷ୍ଟ୍ରିଟ୍‌ ଲାଇଟ ଲଗାଯାଇଛି। ଏସବୁ କିଛିଦିନ ଭଲରେ ଜଳିଥିଲା। ପରେ ଲାଇଟ୍‌ଗୁଡିକ ଲିଭି ଯାଇଥିଲା। କଣ୍ଟପଡ଼ା ପଞ୍ଚାୟତର ସରପଞ୍ଚଙ୍କ ଅଭିଯୋଗକ୍ରମେ ବିଦ୍ୟୁତ୍‌ ବିଲ ବକେୟା ଥିବା ନେଇ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଥିଲା। ତେବେ ଏ ନେଇ ତତ୍କାଳୀନ ବିଡିଓଙ୍କୁ କଣ୍ଟପଡ଼ା ପଞ୍ଚାୟତର ସରପଞ୍ଚ ଅଭିଯୋଗ କରିଥିଲେ କି, ଲାଇଟ୍‌ କେବଳ କଣ୍ଟପଡ଼ା ପଞ୍ଚାୟତରେ ଜଳୁନାହିଁ। ଏହା ୩ଟି ପଞ୍ଚାୟତ କଣ୍ଟପଡ଼ା, ବାଘବୁଦା ଏବଂ ଜାଗୁଳାଇପଡ଼ାକୁ କଭର କରୁଛି। କାହିଁକି କେବଳ କଣ୍ଟପଡ଼ା ପଞ୍ଚାୟତ ବିଦ୍ୟୁତ୍‌ ବିଲ ବହନ କରିବ ବୋଲି ଅଭିଯୋଗ କରିଥିଲେ। ତେବେ ସମସ୍ୟାର ସମାଧାନ ନ ହେବା ପୂର୍ବରୁ ମେଘା ଇଂଜିନିୟରିଂ କମ୍ପାନୀ ଦ୍ୱାରା ଭଦ୍ରକ ଓ ବାଲେଶ୍ୱର ଜିଲାକୁ ଯାଉଥିବା ମେଗା ପାନୀୟ ଜଳ ପ୍ରକଳ୍ପର ପାଇପ୍‌ ମାଟି ତଳେ ପୋତା ଯିବା ଫଳରେ ବହୁ ପ୍ରତୀକ୍ଷିତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ (ଏସଏଚ-୯ ଏ)ର ନୂତନ ଭାବେ ପ୍ରଶସ୍ତୀକରଣ କରାଯାଇଛି। ରାସ୍ତାର କଡ ଭାଙ୍ଗିବା ସହ କିଛି ଷ୍ଟ୍ରିଟ୍‌ ଲାଇଟ ଓପାଡ଼ି ଦିଆଯାଇଥିଲା। କେତେଗୋଟି ଷ୍ଟ୍ରିଟ୍‌ ଲାଇଟ ଭାଙ୍ଗିଯିବା ସହ ବିଛା ଯାଇଥିବା ବିଦ୍ୟୁତ୍‌ କେବୁଲ୍‌ ମଧ୍ୟ ଛିଡି ନଷ୍ଟ ହୋଇଯାଇଥିଲା। ଅବଶ୍ୟ ପରେ ମେଘା ଇଂଜିନିୟରିଂ କମ୍ପାନୀ ଦ୍ୱାରା ମରାମତି କରାଯାଇ ଷ୍ଟ୍ରିଟ୍‌ ଲାଇଟ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ସେବେଠାରୁ କିଛିଦିନ ଜଳିଥିଲା। ହେଲେ ସାଧାରଣ ନିର୍ବାଚନର ଦୁଇମାସ ପୂର୍ବରୁ ଏହା ଜଳିବା ବନ୍ଦ ହୋଇଯାଇଥିଲା। କଣ୍ଟପଡ଼ା ବଜାର ସତ୍ୟନାରାୟଣ ବଣିକ ସଂଘ ଲାଇଟ୍‌ ଜଳାଇବାକୁ ପ୍ରୟାସ କରି କମିଟି ପକ୍ଷରୁ କିଛି ଅର୍ଥ ବ୍ୟୟରେ ସଚଳ କରିଥିଲେ ମଧ୍ୟ ପରେ ଏହା ଜଳିବା ବନ୍ଦ ହୋଇଯାଇଥିଲା। ଏପରି ଦୀର୍ଘଦିନ ଧରି ଅନ୍ଧାର ରହିବା ଏବଂ ରାସ୍ତା ଉପରେ ଗୋରୁ ଶୋଉଥିବା ଯୋଗୁ ପଥଚାରୀ ତଥା ଯାତାୟାତ କରୁଥିବା ଶତାଧିକ ସଂଖ୍ୟାର ଦୁଇ ଚକିଆ, ତିନି ଚକିଆ, ଚାରି ଚକିଆ ଓ ବସ୍‌, ଟ୍ରକ୍‌ ଆଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ତେବେ ଦୀର୍ଘଦିନର ଏହି ସମସ୍ୟାକୁ ଖୁବ୍‌ଶୀଘ୍ର ସମାଧାନ କରିବାକୁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ କଣ୍ଟାପଡ଼ା ବଜାର ସତ୍ୟନାରାୟଣ ବଣିକ ସଂଘ ତଥା ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡିଓ ପୃଥ୍ବୀରାଜ ପରିଡାଙ୍କୁ ପଚାରିବାରେ ସମସ୍ୟା ବିଷୟରେ ଅବଗତ ନ ଥିଲି। ଆପଣଙ୍କଠାରୁ ଜାଣିବା ପରେ ଖୁବ୍‌ଶୀଘ୍ର ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଟାରିକୁ ଲହୁଲୁହାଣ କଲା କୁକୁର: ଉଦ୍ଧାର କଲା ବନବିଭାଗ

ପାଟଣା ୧୬/୪(ବୀରକିଶୋର ଦାଶ ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ରାଇଡିହା ଗ୍ରାମରୁ ବୁଧବାର ସକାଳୁ ଏକ ଆହତ କୁଟାରିକୁ ବନ...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ...

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୬।୪:ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜଶିଟ୍‌ରେ କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ,୧୬।୪(ରତନ ନାୟାର): ଢେଙ୍କାନାଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image