Categories: ଜାତୀୟ

୨୦୧୪ ରେ ଯୋଗୀ ଆଦିତ୍ୟନାଥ ଇଣ୍ଡିଆକୁ ହିନ୍ଦୁସ୍ଥାନ କରିବା ପାଇଁ ଲୋକସଭାରେ ଆଗତ କରିଥିଲେ ଏକ ଘରୋଇ ବିଲ…

ନୂଆଦିଲ୍ଲୀ,୬।୯ : ଦେଶର ନାମ ଇଣ୍ଡିଆରୁ ଭାରତ ପରିବର୍ତ୍ତନକୁ ନେଇ ଆଲୋଚନା ହେଉଛି । ୨୦୧୪ ରେ ଯୋଗୀ ଆଦିତ୍ୟନାଥ ମଧ୍ୟ ସମ୍ବିଧାନରେ ଇଣ୍ଡିଆକୁ ହିନ୍ଦୁସ୍ଥାନ ଭାବେ ବଦଳାଇବା ପାଇଁ ଲୋକସଭାରେ ଏକ ଘରୋଇ ବିଲ ଆଗତ କରିଥିଲେ।

ଏହି ବିଲରେ, ଯେଉଁଠାରେ ସମ୍ବିଧାନରେ ଇଣ୍ଡିଆ ଶବ୍ଦ ରହିଛି ସ୍ଥାନରେ ହିନ୍ଦୁସ୍ଥାନ ଶବ୍ଦ ଲେଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ତାଙ୍କ ବିଲରେ ଧାରା ୧ ସଂଶୋଧନ କରିବାକୁ ପ୍ରସ୍ତାବ ଆସିଥିଲା। ଏହି ବିଲର କାରଣ ବର୍ଣ୍ଣନା କରି ସେ କହିଥିଲେ ଆମ ଦେଶର ପ୍ରାଚୀନ ତଥା ପାରମ୍ପାରିକ ନାମ ହେଉଛି ଭାରତ ଏବଂ ହିନ୍ଦୁସ୍ଥାନ।

ବ୍ରିଟିଶ ପୂର୍ବ ସମୟରେ ଏହି ଦୁଇଟି ନାମ ଲୋକପ୍ରିୟ ଥିଲା। ବ୍ରିଟିଶ ଶାସନ ପ୍ରତିଷ୍ଠା ହେବା ପରେ ବ୍ରିଟିଶମାନେ ଇଣ୍ଡିଆ ନାମ ବ୍ୟବହାର କରିଥିଲେ ଯାହାକି ନିଜ ଦେଶରେ ପ୍ରଚଳିତ ଥିଲା। ସମ୍ବିଧାନର ନିର୍ମାତାମାନେ ଦେଶର ପ୍ରାଚୀନ ନାମ ଭାରତକୁ ସ୍ବୀକୃତି ଦେଇଥିଲେ ଏବଂ ଏହାକୁ ସମ୍ବିଧାନରେ ଉପଯୁକ୍ତ ସ୍ଥାନ ଦେଇଥିଲେ। ସେ କହିଥିଲେ ଇଂଲିଶ ନାମର ଲୋକପ୍ରିୟତା ଯୋଗୁ ଆମ ଦେଶର ପାରମ୍ପାରିକ ନାମ ହିନ୍ଦୁସ୍ଥାନ ହଜିଯାଇଛି।

ଏହି ବିଲ ଆମ ଦେଶର ନାମକୁ ଇଣ୍ଡିଆ ଦ୍ୟାଟ ଇଜ ଭାରତରୁ ଭାରତ ଦ୍ୟାଟ ଇଜ ହିନ୍ଦୁସ୍ଥାନ ଭାବେ ପରିବର୍ତ୍ତନ କରି ସମ୍ବିଧାନରେ ସଂଶୋଧନ କରିବା ଉଚିତ। ଯୋଗୀ ଆଣିଥିବା ବିଲରେ କୁହାଯାଇଥିଲା ଇଣ୍ଡିଆ ଶବ୍ଦ ଦାସତ୍ୱର ପ୍ରତୀକ ଅଟେ। ତେଣୁ ଏହା ଆମ ସମ୍ବିଧାନରୁ ହଟାଯିବା ଯୋଗ୍ୟ।

 

Share