Categories: ଜାତୀୟ

୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ନେଇଛି ଦେଢ଼ ଲକ୍ଷ ଲୋକଙ୍କ ଜୀବନ…

ନୂଆଦିଲ୍ଲୀ,୩୧।୧୦ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ମୋଟ ୪୬୧,୩୧୨ ସଡକ ଦୁର୍ଘଟଣା ଘଟି ୧୬୮,୪୯୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୪୩,୩୬୬ ଜଣ ଆହତ ହୋଇଥିଲେ। ଭାରତରେ ସଡକ ଦୁର୍ଘଟଣା-୨୦୨୨ ଶୀର୍ଷକ ଏହି ରିପୋର୍ଟରେ ବର୍ଷକୁ ବର୍ଷ ସଡକ ଦୁର୍ଘଟଣା ୧୧.୯ ପ୍ରତିଶତ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ୯.୪ ପ୍ରତିଶତ ବୃଦ୍ଧି ହୋଇଥିବା ଦର୍ଶାଯାଇଛି। ୨୦୨୨ ମସିହାରେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା୧୫.୩ ପ୍ରତିଶତ ବୃଦ୍ଧି ପାଇଛି ।

ମୋଟ ଦୁର୍ଘଟଣା ମଧ୍ୟରୁ ୩୨.୯ ପ୍ରତିଶତ (୧୫୧,୯୯୭ ଦୁର୍ଘଟଣା) ଜାତୀୟ ରାଜପଥରେ ଏବଂ ଏକ୍ସପ୍ରେସୱେରେ ଘଟିଛି, ସେହିପରି ୨୩.୧ପ୍ରତିଶତ (୧୦୬,୬୮୨ ଦୁର୍ଘଟଣା) ରାଜ୍ୟ ରାଜପଥରେ ଘଟିଛି ଏବଂ ଅବଶିଷ୍ଟ ୪୩.୯ ପ୍ରତିଶତ (୨୦୨,୬୩୩ ଦୁର୍ଘଟଣା) ଅନ୍ୟ ରାସ୍ତାରେ ଘଟିଛି। ସେହିପରି ମୋଟ ୧୬୮,୪୯୧ ମୃତ୍ୟୁ ମଧ୍ୟରୁ ୩୬.୨ ପ୍ରତିଶତ (୬୧,୦୩୮ ମୃତ୍ୟୁ) ଜାତୀୟ ରାଜପଥରେ, ୨୪.୩ ପ୍ରତିଶତ (୪୧,୦୧୨ମୃତ୍ୟୁ) ରାଜ୍ୟ ରାଜପଥରେ ଏବଂ ୩୯.୪ ପ୍ରତିଶତ (୬୬,୪୪୧ ମୃତ୍ୟୁ) ଅନ୍ୟ ରାସ୍ତାରେ ଘଟିଛି।

ଏହି ବାର୍ଷିକ ରିପୋର୍ଟରେ ତଥ୍ୟ ରାଜ୍ୟ ତଥା କେନ୍ଦ୍ରଶାସିତର ଅଞ୍ଚଳର ପୋଲିସ ବିଭାଗରୁ ସଂଗ୍ରହ କରାଯାଇଛି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସଡକ ଟ୍ରାଫିକ ଦୁର୍ଘଟଣା ଅନ୍ତର୍ଗତ ମିଳିତ ଜାତିସଂଘର ଅଥର୍ର୍ନୈତିକ ତଥା ସାମାଜିକ ଆୟୋଗ ପାଇଁ ସୁପାରିଶ କରାଯାଇଥିବା ମାନକ ଫର୍ମାଟ ବ୍ୟବହାର କରି କ୍ୟାଲେଣ୍ଡର ବର୍ଷ ଅନୁଯାୟୀ ପ୍ରକାଶ ପାଇଛି।

Share