୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା ବ୍ୟୁରୋ।

ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୮୦ କୋଟିରେ ପହଞ୍ଚତ୍ବ। ୨୦୨୧ରେ ବିଶ୍ୱ ଜନସଂଖ୍ୟା ୭.୪ କୋଟି ବଢ଼ିଛି, ଅର୍ଥାତ୍‌ ବୃଦ୍ଧି ହାର ୦.୯ ପ୍ରତିଶତ ରହିଛି ବୋଲି ଜନଗଣନା ବ୍ୟୁରୋ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ ଆମେରିକା ଜନସଂଖ୍ୟା ୭,୦୭,୦୦୦ ବୃଦ୍ଧି ପାଇ ୩୩.୨୪ କୋଟିରେ ପହଞ୍ଚତ୍ଛି। ନୂଆ ବର୍ଷରେ ଆମେରିକାରେ ପ୍ରତି ୯ ସେକେଣ୍ଡରେ ଜଣେ ଶିଶୁ ଜନ୍ମ ହେବା ସହ ୧୧ ସେକେଣ୍ଡରେ ଜଣକର ମୃତ୍ୟୁ ହେବ। ସେହିପରି ପ୍ରତି ୧୩୦ ସେକେଣ୍ଡରେ ଜଣେ ବିଦେଶୀ ଆମେରିକା ଜନସଂଖ୍ୟାରେ ସାମିଲ ହେବେ ବୋଲି ଆକଳନ କରାଯାଇଛି।

Share