Categories: ଜାତୀୟ

୨୦୨୩ରେ ସୁପ୍ରିମ୍‌କୋର୍ଟରେ ୯୬ ପ୍ରତିଶତ ମାମଲାର ସମାଧାନ…

ନୂଆଦିଲ୍ଲୀ,୧୬।୯ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପ୍ରତିଷ୍ଠା ହେବାର ଆଠ ବର୍ଷ ପରେ ସୁପ୍ରିମକୋର୍ଟ ଗୁରୁବାର ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ଏନଜେଡିଜି ତଥ୍ୟ ସୁପ୍ରିମକୋର୍ଟରେ ମାମଲା ନିବାରଣ କ୍ଷେତ୍ରରେ ଅନେକ ଉତ୍ସାହଜନକ ସାମ୍ପ୍ରତିକ ଟ୍ରେଣ୍ଡ ଏବଂ ଅତୀତର କେତେକ ତଥ୍ୟ ପ୍ରଦାନ କରିଛି।

ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୨୦୨୩ ମସିହାରେ ସୁପ୍ରିମକୋର୍ଟର ବେଞ୍ଚଗୁଡିକ ବର୍ତ୍ତମାନ ସୁଦ୍ଧା ୭୨,୩୨୮ମାମଲାରେ ଚୂଡ଼ାନ୍ତ ରାୟ ପ୍ରଦାନ କରିଛନ୍ତି ଯାହା ସମାନ ସମୟ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ୭୫,୫୫୪ ମାମଲା ତୁଳନାରେ ହୋଇଛି। ପରିସଂଖ୍ୟାନରୁ ଜଣାପଡିଛି ଦେଶର ସମସ୍ତ କୋର୍ଟରେ ବିଚାରାଧୀନ ଥିବା ମୋଟ ମାମଲାର ମାତ୍ର ୦.୧୬ ପ୍ରତିଶତ ସୁପ୍ରିମକୋର୍ଟରେ ଅଛି।

ଚଳିତ ବର୍ଷ ଉଭୟ ନାଗରିକ ତଥା ଅପରାଧିକ ମାମଲାରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ବହୁ ସଂଖ୍ୟକ ମାମଲା ଖାରଜ ହୋଇଯାଇଛି। ନାଗରିକ ମାମଲାରେ, ୬୧ ପ୍ରତିଶତ ମାମଲା ଖାରଜ ହୋଇଥିବାବେଳେ ୨୨ ପ୍ରତିଶତର ସମାଧାନ ହୋଇଛି। ଏଥି ସହିତ, କେବଳ ୧୭ ପ୍ରତିଶତ ମାମଲାରେ ଆବେଦନ ଗ୍ରହଣ କରାଯାଇଥିଲା। ଏପରିକି ଅପରାଧିକ ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ୬୪.୪ ପ୍ରତିଶତ ମାମଲା ଖାରଜ କରିଛନ୍ତି ଏବଂ ୧୩.୨ ପ୍ରତିଶତ ମାମଲା ଗ୍ରହଣ କରିଛନ୍ତି।

ଯଦିଓ ନାଗରିକ ଏବଂ ଅପରାଧିକ ଆବେଦନ ସମେତ ୧୫.୬ ପ୍ରତିଶତ ମାମଲା ସୁପ୍ରିମକୋର୍ଟରେ ସମାଧାନ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟରେ ମାମଲା ଦାୟର କରିବାର ଧାରା ଅଧିକ ଥିଲା, ଯାହା ନ୍ୟାୟପାଳିକା ପ୍ରତି ଲୋକଙ୍କ ଆତ୍ମବିଶ୍ୱାସକୁ ଦର୍ଶାଉଛି। ୧୫ ସେପ୍ଟେମ୍ବର ୨୦୨୩ ସୁଦ୍ଧା ସୁପ୍ରିମକୋର୍ଟରେ ୮୦,୩୪୪ ମାମଲା ବିଚାରାଧୀନ ଅଛି। ସେଥିମଧ୍ୟରୁ ପ୍ରାୟ ୧୬ ହଜାର ମାମଲା ଅଛି ଯାହା ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜୀକୃତ ହୋଇନାହିଁ।

Share