Categories: ଜାତୀୟ

୨୦୨୪ରେ ଭାଜପାର ହେବ ବିପୁଳ ବିଜୟ, ମାତ୍ର ୫୨ ଆସନ ପାଇବ କଂଗ୍ରେସ…

ନୂଆଦିଲ୍ଲୀ,୧୪।୧୨ : ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ଏହି ଧାରା ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ଜାରି ରହିବ। ହୋଇଥିବା ଏକ ସର୍ଭେରେ ଏଭଳି ସୂଚନା ମିଳିଛି। ଏହି ସର୍ଭେରୁ ଜଣାଯାଇଛି କଂଗ୍ରେସର ପ୍ରଦର୍ଶନ ଏବଂ ବିଶେଷକରି ନୂତନ ବିରୋଧୀ ମେଣ୍ଟ ଇଣ୍ଡିଆର ପତିଆରା ଜାହିର ହୋଇପାରିବ ନାହିଁ ।

ସର୍ଭେରୁ ଜଣାପଡିଛି ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ୩୦୮ ରୁ ୩୨୮ଟି ଆସନ ପାଇବ। ତେବେ ୨୦୧୯ ତୁଳନାରେ ଏନଡିଏ ଆସନରେ କିଛି ହ୍ରାସ ହେବାର ଆକଳନ କରାଯାଉଛି।

ସର୍ଭେ ଅନୁଯାୟୀ, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଗାଡି କେବଳ ୫୨ ରୁ ୭୨ ଟି ଆସନ ମଧ୍ୟରେ ଅଟକି ଯିବ। ଏହା ବ୍ୟତୀତ ଇଣ୍ଡିଅ ମେଣ୍ଟର ସହଯୋଗୀ ଦଳ ମିଳିତ ଭାବରେ ୧୬୩ ଟି ସିଟ ଜିତିବେ ।
୨୦୧୯ ଲୋକସଭା ନିର୍ବାଚନରେ ଭାଜପା ୪୩୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସେଥିମଧ୍ୟରୁ ଦଳ ୩୦୩ ଟି ଆସନ ଜିତିଥିଲା।
୪୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ ମାତ୍ର ୫୨ ଟି ଆସନ ଜିତିଥିଲା। ଏନଡିଏ ୩୫୦ ଟି ଆସନ ଅତିକ୍ରମ କରି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ନିକଟରେ ମଧ୍ୟପ୍ରଦେଶର ୨୩୦ ଟି ସିଟ ମଧ୍ୟରୁ ୧୬୩ ଟି, ରାଜସ୍ଥାନର ୧୯୯ ଟି ସିଟ ମଧ୍ୟରୁ ୧୧୫ ଟି ଏବଂ ଛତିଶଗଡର ୯୦ ଟି ସିଟ ମଧ୍ୟରୁ ୫୪ଟି ଜିତିଛି। ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ପୂର୍ବ ନିର୍ବାଚନ ତୁଳନାରେ ଭାଜପାର ଗ୍ରାଫ ବୃଦ୍ଧି ପାଇ ଦଳ ୨ ଟି ଆସନ ଜିତିଥିଲା। ଦକ୍ଷିଣ ଭାରତୀୟ ରାଜ୍ୟ ତେଲଙ୍ଗାନାରେ ମଧ୍ୟ ଭାଜପା ୮ ଟି ଆସନ ଜିତିଛି।

Share