୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଲା

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନାର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୭୧୪ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୩୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦେଶରେ ଲଗାତାର ଦ୍ୱିତୀୟ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାରରୁ ଅଧିକ ରହିଛି। ଏହାପୂର୍ବରୁ ଶୁକ୍ରବାର ଦେଶରେ ଅକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୫୮ ଥିଲା। କରୋନାରୀ ଦ୍ୱିତୀୟ ଲହର ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ଗୁରୁତର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫ ହଜାର ୭୨୬ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ଦୃଷ୍ଟିରୁ ରାଜ୍ୟର କେତେକ ସହରରେ ଲକ୍‌ଡାଉନ୍‌ ଏବଂ ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି। ଏହା ସହିତ ସାର୍ବଜନୀକ ହୋଲି ଉତ୍ସବ ପାଳନ ଏବଂ ଭିଡ଼ ନ କରିବାକୁ କଡ଼ା କଟକଣା ଜାରି କରାଯାଇଛି।

Share