୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍‌ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉତ୍ତର ଓ ଦକ୍ଷିଣ ଡିଭିଜନର ୨୩ଟି ସ୍ଥାନରେ ନିଅଁା ଜଳୁଛି। ବନ କର୍ମଚାରୀମାନେ ପହଞ୍ଚତ୍ କେତେକ ସ୍ଥାନରେ ନିଅଁା ଲିଭାଇ ଥିବା ବେଳେ ବଫର ଅଞ୍ଚଳରେ ନିଅଁା ବ୍ୟାପି ଚାଲିଛି। ଦମକଳ ବାହିନୀ, ବନକର୍ମଚାରୀ, ଏସ୍‌ଏସ୍‌ଜି ଓ ସ୍ଥାନୀୟ ଲୋକେ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନରେ ଥିବା ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ବନଖଣ୍ଡରେ ନିଅଁା ଲିଭିଛି। ଗତ ୩ ମାସ ମଧ୍ୟରେ ମୋଟ ୧୨୮୯ ପଏଣ୍ଟରେ ନିଅଁା ଲାଗିଥିବା ବେଳେ ଜାନୁୟାରୀ ମାସରେ ୨ଟି, ଫେବୃୟାରୀରେ ୧୫୭ ଓ ମାର୍ଚ୍ଚରେ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି ା ସଚେତନତା ଓ ସ୍ଥାନୀୟ ଲୋକଙ୍କ ସହାୟତା ମାଧ୍ୟମରେ ନିଅଁାକୁ ରୋକଯାଇ ପାରିଛି। ଚଳିତ ମାର୍ଚ୍ଚରେ ବାରିପଦା ବନଖଣ୍ଡରେ ୪୨, କରଞ୍ଜିଆରେ ୧୩୧, ରାଇରଙ୍ଗପୁରରେ ୧୩୨, ଶିମିଳିପାଳ ଦକ୍ଷିଣ ଡିଭିଜନରେ ୨୮୩ ଓ ଉତ୍ତରରେ ୫୪୨ଟି ସ୍ଥାନକୁ ମିଶାଇ ମୋଟ ୧୧୩୦ଟି ସ୍ଥାନରେ ନିଅଁା ଲାଗିଛି। ଏହା ଦ୍ୱାରା ହଜାର ହଜାର ହେକ୍ଟର ଜଙ୍ଗଲର ବୃକ୍ଷଲତା ନିଅଁାରେ ପୋଡ଼ି ପାଉଁଶ ହୋଇଯାଇଛି। ବୁଧବାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର ୧୨ ଓ ଦକ୍ଷିଣ ଡିଭିଜନର ୧୧ଟି ସ୍ଥାନରେ ନିଅଁା ଲାଗିଥିବା ନେଇ ସାଟେଲାଇଟ ଚିତ୍ରରୁ ସ୍ପଷ୍ଟ ହୋଇଛି। ଖବର ପାଇବା ପରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିଥିଲେ। ତେବେ ସମତଳ ଅଞ୍ଚଳରେ ନିଅଁାକୁ ଆୟତ୍ତ କରିବାକୁ ୩ରୁ ୪ଘଣ୍ଟା ସମୟ ଲାଗୁଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ତାହା ୬ରୁ ୯ଘଣ୍ଟା ଲାଗୁଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପାହାଡ଼ ଚଢ଼ି ନିଅଁା ରୋକିବାକୁ ଯିବା ସମୟ ମଧ୍ୟରେ ନିଅଁା ବ୍ୟାପକ ଭାବେ ବଢ଼ି ଚାଲିଥାଏ। ଏହାକୁ ଆୟତ୍ତ କରିବା ପାଇଁ କର୍ମଚାରୀମାନଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ୁଛି। ତେବେ ଶିମିଳିପାଳ ଅଭୟାରଣ୍ୟରେ ସମ୍ପୂର୍ଣ୍ଣ ଭାବେ ବନାଗ୍ନି ରୋକିବା ପାଇଁ ବର୍ଷାର ଆବଶ୍ୟକତା ରହିଛି। ପ୍ରବଳ ବର୍ଷା ହେଲେ ନିଅଁା କବଳରୁ ରକ୍ଷା ମିଳିପାରିବ ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି।