Categories: ବାଣିଜ୍ୟ

୩ ବର୍ଷରେ ୭,୭୦୦ କୋଟିର କାର୍ଯ୍ୟ ବରାଦ

ଭୁବନେଶ୍ୱର,୧୧।୧୧ : ରାଜ୍ୟର ଅର୍ଥନୈତିକ ଏବଂ ଶିଳ୍ପର ବିକାଶ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଓଡ଼ିଶା ଡିସ୍‌କମ୍‌ ବିଗତ ୩ ବର୍ଷ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗ୍ରହଣ କରିଛି। ଏପରିକି ରାଜ୍ୟରେ ବିତରଣ କାର୍ଯ୍ୟ ହାତକୁ ନେବା ପରଠାରୁ କମ୍ପାନୀ ପ୍ରାୟ ୭,୭୦୦(୭,୬୬୧)କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଛି। ବିଶେଷକରି ସ୍ଥାନୀୟ ଠିକାଦାର ଏବଂ ଯୋଗାଣକାରୀଙ୍କୁ ସାମଗ୍ରୀ ଓ ସେବା ଭଳି ଦୁଇଟି ବ୍ୟାପକ ବର୍ଗରେ ଉକ୍ତ ଅର୍ଥ ରାଶି ବରାଦ ପ୍ରଦାନ କରାଯାଇଛି। ସେହିଭଳି ଓଡ଼ିଶା ଡିସ୍‌କମ୍‌ର ଟିପି ସେଣ୍ଟ୍ରାଲ, ଟିପି ସଦର୍ନ, ଟିପି ନଦର୍ନ ଏବଂ ଟିପି ୱେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ ମୋଟ ୧,୭୩୨ ସ୍ଥାନୀୟ ବିକ୍ରେତା ଓ ଯୋଗାଣକାରୀଙ୍କ ସହ ଚୁକ୍ତି କରିଛନ୍ତି। ସେହିପରି ସେବା କ୍ଷେତ୍ରରେ ମିଟର ରିଡିଂ, ବିଲିଂ, ନେଟ୍‌ୱର୍କ ରକ୍ଷଣାବେକ୍ଷଣ ଇତ୍ୟାଦିକୁ ଅନ୍ତର୍ଭୁକ୍ତକରି ଡିସ୍‌କମ୍‌ଗୁଡ଼ିକ ମୋଟ ୬,୦୮୭ କୋଟି ଟଙ୍କା ମୂଲ୍ୟର ୧,୧୯୭ ଭେଣ୍ଡରଙ୍କୁ ଅର୍ଥ ବରାଦ ପ୍ରଦାନ କରିଥିଲାବେଳେ ସାରା ରାଜ୍ୟରେ ବିତରଣ ନେଟ୍‌ୱର୍କର ରକ୍ଷଣାବେକ୍ଷଣ ଓ ଉନ୍ନତୀକରଣ ପାଇଁ ବିତରଣ ଟ୍ରାନ୍ସଫର୍ମର, କେବୁଲ, ଖୁଣ୍ଟି, ଆଇଟି ହାର୍ଡୱେର ଭଳି ସାମଗ୍ରୀ ଯୋଗାଣ ବର୍ଗରେ ଡିସ୍‌କମ୍‌ଗୁଡ଼ିକ ୧,୫୭୪ କୋଟି ଟଙ୍କା ମୂଲ୍ୟର ୫୩୫ଟି କାର୍ଯ୍ୟ ବରାଦ ପ୍ରଦାନ କରିଛନ୍ତି।

Share