୪ ଦିନରେ ୪୧ ବିଦେଶ ଫେରନ୍ତା କରୋନା ପଜିଟିଭ୍‌…

ନୂଆଦିଲ୍ଲୀ,୨୮।୧୨ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ ମଙ୍ଗଳବାର ତୁଳନାରେ ବୁଧବାର ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଥି ସହିତ ଡିସେମ୍ବର ୨୪ଠାରୁ ଗତ ୪ ଦିନ ମଧ୍ୟରେ ୪୧ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।

ଏକ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୪ ରୁ ୪୯୮ ଟି ଅନ୍ତର୍ଜାତୀୟ ବିମାନ ଚଳାଚଳର ଯାଞ୍ଚ୍‌ କରାଯାଇଛି। ଏହି ସମୟ ମଧ୍ୟରେ କରୋନା ପଜିଟିଭ ମିଳି ଥିବା ଯାତ୍ରୀଙ୍କ ସମସ୍ତ ନମୁନା ଜିନୋମ କ୍ରମ ପାଇଁ ପଠାଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୮୮ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଯାହାକି ଗତକାଲି ଅପେକ୍ଷା ୩୧ ଆକ୍ରାନ୍ତ ଅଧିକ। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬୮କୁ ବୃଦ୍ଧି ପାଇଛି।

Share