୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ ଯୋଗୁ
କିଛି ଧାନ ଫସଲ ନଷ୍ଟ ହୋଇଥିଲା। ଏବେ ଅମଳ ବେଳକୁ ଅଦିନିଆ ବର୍ଷା ଯୋଗୁ ପାଚିଲା ଧାନ ଫସଲ ନଷ୍ଟ ହେବା ସହ ଗଜା ହେବାକୁ ବସିଛି। ବିଲରେ କଟାଧାନ ବର୍ଷାରେ ଭିଜି ଗଜା ହେବାକୁ ବସିଛି। ଧାନ ଖରାରେ ନ ଶୁଖିଲା ପର୍ଯ୍ୟନ୍ତ ଚାଷୀ ଖଳାକୁ ନେଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ କିଭଳି ମଣ୍ଡିକୁ ନେଇ ଧାନ ବିକ୍ରି କରିବେ ସେ ନେଇ ଚାଷୀ ଚିନ୍ତାରେ ଅଛନ୍ତି।
କେସିଙ୍ଗା ବ୍ଲକରେ ଖରିଫ ଋତୁରେ ୯ ହଜାରରୁ ଅଧିକ ହେକ୍ଟରରେ ଧାନଚାଷ ହୋଇଥିବା ଜଣାପଡିଛି। ବର୍ଷାରେ ଧାନ ନଷ୍ଟ ହୋଇ ଯାଇଥିବାରୁ ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ମଣ୍ଡିରେ କୋହଳ କରିବାକୁ ଚାଷୀ ମହଲରେ ଦାବି ହେଉଛି। କଣ୍ଡେଲା ପ୍ୟକ୍ସ ଅଧୀନରେ ୪ଟି ଧାନମଣ୍ଡି ଖୋଲା ଯାଇଛି। କାଣ୍ଡେଲ,ବାଲସି ଉପ ମଣ୍ଡି, ଶିରୋଲ ଓ ମଶାଣିବନ୍ଧଠାରେ ସର୍ବମୋଟ୍‌ ୪ଟି ଧାନମଣ୍ଡି ଖୋଲାଯାଇଛି। ଗତ ମଙ୍ଗଳବାରଠାରୁ ଗୁରୁବାର ଯାଏ ଲଗାତର ଲଘୁଚାପଜନିତ ବର୍ଷା ହେବାରୁ ମଣ୍ଡିରେ ଖୋଲା ଆକାଶ ତଳେ ଶହ ଶହ କ୍ୱିଣ୍ଟାଲ ଧାନ ପଡ଼ିରହିଛି। କାଣ୍ଡେଲ ମଣ୍ଡିରେ ୪୦୨ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥି ମଧ୍ୟରୁ ୮୬ଜଣ ଙ୍କ ଚାଷୀଙ୍କ ଠାରୁ ୩ ହଜାର ୩୪୨କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ଶିରୋଲ ଧାନ ମଣ୍ଡିରେ ୩୩୪ ଜଣ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୩୧ଜଣ ଚାଷୀଙ୍କଠାରୁ ଆଜି ଯାଏ ୧ହଜାର୧୩୭ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ସେହିପରି ବାଲସି ଉପ ମଣ୍ଡି ଓ ମଶାଣିବନ୍ଧ ଧାନ ମଣ୍ଡିରେ ଆରମ୍ଭ ଦିନ ଠାରୁ ୫୦ ଜଣ ଚାଷୀଙ୍କଠାରୁ ୨ ହଜାର ୩୦୦ କ୍ୱିଣ୍ଟାଲ ଧାନ ମିଲର କ୍ରୟ କରିଛନ୍ତି। ଧାନ କ୍ୱିଣ୍ଟାଲ ପ୍ରତି ୨୩୦୦ ଟଙ୍କାରେ ମିଲର କ୍ରୟ କରୁଛନ୍ତି। ବୋନସ ବାବଦକୁ ୮୦୦ଟଙ୍କା ଏହି ପରି ୩ହଜାର ଏକ ଶହ ଟଙ୍କା ଚାଷୀ ପାଉଛି। କିନ୍ତୁ ଏହି ମଣ୍ଡି ଗୁଡ଼ିକରେ ଧାନ କ୍ରୟ କରିବା ପାଇଁ ୪ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି। କେସିଙ୍ଗାସ୍ଥିତ ଜେ. ଏ.ଆଇ.ଏନ. ରାଇସ ମିଲ୍‌ ,ବିଟ ରାଜ, ଜିନ ମାତାଦୀ ଏଗ୍ରୋ ଡୁମେର ମୁଣ୍ଡା ,କଳିଙ୍ଗ ରାଇସ ମିଲ୍‌ ବଗାଡ଼କୁ ଦାୟିତ୍ୱ ଦିଆ ଯାଇଛି। ଚାଷୀଙ୍କ ଧାନ କ୍ୱିଣ୍ଟାଲ ପ୍ରତି ୫ରୁ ୭କେଜି ଧାନ କାଟୁ ଥିବାରୁ ଚାଷୀମାନେ ଅଭିଯୋଗ କରିଛନ୍ତି। ଅସନ୍ତୋଷ ଚାଷୀ ବୃନ୍ଦ ଜିଲାପାଳ, ଖାଦ୍ୟ ଯୋଗାଣ ବିଭାଗକୁ ଅଭିଯୋଗ କରିବା ସତ୍ତ୍ୱେ କିଛି ବି ସୁଫଳ ମିଳୁ ନାହିଁ। ଶୀତ, ବର୍ଷାରେ ଖୋଲା ଆକାଶ ତଳେ ଚାଷୀ ମଣ୍ଡିରେ ଧାନ ଦିନରାତି ଜଗି ରହୁଛି।
ଏ ସଂକ୍ରାନ୍ତରେ କେସିଙ୍ଗା ଖାଦ୍ୟ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ମୋତେ ଲିଖିତ ଆକାରରେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image