Posted inଜାତୀୟ

୪ ମାସରେ ନିଯୁକ୍ତି ହରାଇଲେଣି ୧.୮୯ କୋଟି

ନୂଆଦିଲ୍ଲୀ, ୨୦।୮(ପି.ଟି.): କରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକା ଛଡ଼ାଇ ନେଇଛି। ଏକ ଆକଳନ ଅନୁଯାୟୀ କେବଳ ଜୁଲାଇ ମାସରେ ୫୦ ଲକ୍ଷ ବେତନଭୋଗୀ ନିଯୁକ୍ତି ହରାଇଥିବାବେଳେ ଏପ୍ରିଲ୍‌ରୁ ଇତିମଧ୍ୟରେ ପାଖାପାଖି ୨ କୋଟି ଲୋକଙ୍କ ଚାକିରି ଯାଇଛି। ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।
ସିଏମ୍‌ଆଇଇ ରିପୋର୍ଟ ଅନୁଯାୟୀ, କରୋନା ଜନିତ ଲକ୍‌ଡାଉନ ଯୋଗୁ ଏପ୍ରିଲରେ ମୋଟ ୧.୭୭ କୋଟି ବେତନଭୋଗୀ ନିଯୁକ୍ତି ହରାଇଥିଲେ। ମେ’ ଓ ଜୁନ୍‌ରେ ସ୍ଥିତିରେ ଉନ୍ନତି ଆସିଥିଲା ଓ ୪୦ ଲକ୍ଷ ଲୋକ ନିଯୁକ୍ତି ଫେରିପାଇଥିଲେ। ତେବେ ଜୁଲାଇରେ ପୁଣି ୫୦ ଲକ୍ଷଙ୍କୁ ନିଯୁକ୍ତି ହରାଇବାକୁ ପଡ଼ିଛି। ଏହାକୁ ମିଶାଇ ମୋଟ ୧.୮୯ କୋଟି ନିଯୁକ୍ତି ହରାଇ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ ଯୋଗୁ ଦେଶର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବାବେଳେ ନିକଟରେ ଏଥିରେ ସୁଧାର ଆସିବା ଭଳି ଜଣାପଡ଼ୁନାହିଁ। ଏଥିସହିତ ବେତନଭୋଗୀ କର୍ମଚାରୀ ନିଯୁକ୍ତି ହରାଇବା ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି। ଭାରତରେ ମୋଟ ନିଯୁକ୍ତିର ୨୧ ପ୍ରତିଶତ ବେତନଭୋଗୀ କର୍ମଚାରୀ, ଯାହାକି ଅଣଆନୁଷ୍ଠାନିକ ସେକ୍ଟରରେ ନିଯୁକ୍ତଙ୍କ ସଂଖ୍ୟାଠାରୁ ଯଥେଷ୍ଟ କମ୍‌। ଏପ୍ରିଲରୁ ଅଣଆନୁଷ୍ଠାନିକ ସେକ୍ଟର ଏବଂ ଗ୍ରାମାଞ୍ଚଳରେ ନିଯୁକ୍ତିରେ ସାମାନ୍ୟ ଉନ୍ନତି ହୋଇଥିବାବେଳେ ବେତନଭୋଗୀ ନିଯୁକ୍ତି ହ୍ରାସ ପାଇବା ଚିନ୍ତାର କାରଣ ପାଲଟିଛି।
୪ ମାସରେ ପାଖାପାଖି ୨ କୋଟି ଲୋକ ନିଯୁକ୍ତି ହରାଇବା ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ୨ କୋଟି ପରିବାରର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲିହୋଇଯାଇଛି। ଫେସ୍‌ବୁକ୍‌ରେ ମିଛ ଖବର ଓ ହିଂସା ଉଦ୍ରେକକାରୀ ଭାଷଣ ଦେଇ ବେରୋଜଗାରୀ ଏବଂ ଦେଶର ଆର୍ଥିକ ବିପର୍ଯ୍ୟୟ ଜନିତ ସତ୍ୟତାକୁ ଲୁଚାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌କୁ ୧୪୯ ଡ୍ରୋନ୍‌ ଛାଡ଼ିଲା ରୁଷିଆ

କିଭ୍‌,୨୮ା୪: ରୁଷିଆ ପକ୍ଷରୁ ରବିବାର ଭୋର ସମୟରେ ୟୁକ୍ରେନ୍‌ ଉପରେ ୧୪୯ ଡ୍ରୋନ୍‌ ଛଡ଼ାଯାଇଛି। ଖେର୍‌ସନ ସହରରେ ହୋଇଥିବା ଏହି ଆକ୍ରମଣରେ ଅନୂ୍ୟନ ୪ ଜଣଙ୍କ ମୃତ୍ୟୁ...

ଅଟ୍ଟାରୀ ଦେଇ ଫେରିଲେଣି ୫୩୭ ପାକିସ୍ତାନୀ

ନୂଆଦିଲ୍ଲୀ,୨୮ା୪: ପହଲଗାମ୍‌ ଆକ୍ରମଣ ପରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ତଦନୁଯାୟୀ ୨୪ରୁ ଅଦ୍ୟାବଧି ଅଟ୍ଟାରୀ-ଓ୍ବାଘା ସୀମା ଦେଇ ୫୩୭ ପାକିସ୍ତାନୀ...

ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି

ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍‌ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର...

ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ରଥକାଠ

ବୌଦ୍ଧ,୨୭।୪(ଅଜିତ କୁମାର ବାରିକ): ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରବିବାର ଚଳିତବର୍ଷ ପ୍ରଥମ ରଥକାଠ ବୌଦ୍ଧ ବନଖଣ୍ଡରୁ ପୁରୀ ପଠାଯାଇଛି। ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ପୂଜାର୍ଚ୍ଚନା...

ମା’ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା: ଡୁମାଳ ସମାଜର ବିକାଶକୁ ଗୁରୁତ୍ୱ

ବରଗଡ଼,୨୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ନଦୀଖଣ୍ଡି ସାଇ ମନ୍ଦିର ପରିସରରେ ରବିବାର ଡୁମାଳ ପରିବାରର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ...

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

Pakistan: ପାକ୍‌ ଗିରଫ କରିଥିବା ଭାରତୀୟ ଯବାନଙ୍କୁ ଖୋଜି ଖୋଜି ପାକିସ୍ତାନ ପଳାଇଲେ ଗର୍ଭବତୀ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୭।୪: ସ୍ବାମୀଙ୍କୁ ମୁକୁଳେଇବା ପାଇଁ ପାକିସ୍ତାନ ଗସ୍ତ କରୁଛନ୍ତି ସ୍ତ୍ରୀ। ପଞ୍ଜାବର ଫେରୋଜପୁର ଜିଲାରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବା ଅଭିଯୋଗରେ ପାକିସ୍ତାନ ରେଞ୍ଜର୍ସ ଦ୍ୱାରା...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image