ଓ୍ବାଶିଂଟନ,୨।୫ : ପୂର୍ବ ୟୁକ୍ରେନରେ ବିଶେଷ କରି ବାଖମୁଟରେ ପାଞ୍ଚ ମାସ ଧରି ଚାଲିଥିବା ଯୁଦ୍ଧରେ ୨୦ ହଜାରରୁ ଅଧିକ ରୁଷିଆ ସୈନିକଙ୍କର ମୃତ୍ୟୁ ଘଟିଛି ଏବଂ ୮୦ ହଜାରରୁ ଅଧିକ ଆହତ ହୋଇଛନ୍ତି। ହ୍ବାଇଟ ହାଉସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜନ କିର୍ବି ଗଣମାଧ୍ୟମକୁ କହିଛନ୍ତି, ଆମର ଆକଳନ ଏକ ଲକ୍ଷରୁ ଅଧିକ ରୁଷିଆ ସୈନିକ ହତାହତ ହୋଇଛନ୍ତି। କିର୍ବି କହିଛନ୍ତି, ବାଖମୁଟରେ ରୁଷିଆର ଆକ୍ରମଣ ପ୍ରୟାସ ବିଫଳ ହୋଇଛି।
ନିକଟରେ ଆମେରିକାର ଗୁପ୍ତଚର ସୂଚନା ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ନିହତ ହୋଇଥିବା ସୈନିକମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଘରୋଇ ସାମରିକ କମ୍ପାନୀ ୱାଗନର୍ ଦ୍ୱାରା ନିଯୁକ୍ତ। ୱାଗନର୍ ନେତା ୟେଭେଗେନି ପ୍ରିଗୋଜିନଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଦାବିକୁ ସେ ଖଣ୍ଡନ କରିଛନ୍ତି। ସେ କହିଥିଲେ ଆମର କେବଳ ୯୪ ଜଣ ସଦସ୍ୟ ଆହତ ହୋଇଛନ୍ତି। କିର୍ବି ପ୍ରିଗୋଜିନଙ୍କ ମନ୍ତବ୍ୟକୁ ହାସ୍ୟାସ୍ପଦ ଦାବି ବୋଲି କହିଛନ୍ତି।
ତେବେ ୟୁକ୍ରେନ ପକ୍ଷରୁ ଏହାର ମୃତାହତ ସୈନ୍ୟଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।