୫ ରାଜ୍ୟରେ ସ୍ଥିତି ଅଣାୟତ୍ତ…

ନୂଆଦିଲ୍ଲୀ, ୨୫।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା ଦେଢ଼ ଲକ୍ଷ ଟପିଛି। ଫଳରେ ପୁଣି ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୮୬୬ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୧ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୫୦ ହଜାର ୮୭୭ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୧୮ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୬ ହଜାର ୭୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୯ ଲକ୍ଷ ୫ ହଜାର ୬୨୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୨ ଲକ୍ଷ ୨୮ ହଜାର ୬୭୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ନାଟକ ଏବଂ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୦୧୫ଜଣ, ପଶ୍ଚିମବଙ୍ଗରେ ୧,୮୧୭, ତାମିଲନାଡୁରେ ୧,୯୪୫ ଜଣ, ପଞ୍ଜାବରେ ୪୧୭ ଜଣ କେରଳରେ ୨,୪୭୭ ଜଣ, କର୍ନାଟକରେ ୧,୧୫୧ ଜଣ, ଓଡ଼ିଶାରେ ୭୩୯ ଜଣ, ଗୁଜରାଟରେ ୮୪୨, ଆସାମରେ ୮୦୦ ଜଣ, ତେଲେଙ୍ଗାନାରେ ୫୩୧, ହିମାଚଳପ୍ରଦେଶରେ ୨୮୧ ଜଣ, ଛତିଶଗଡ଼ରେ ୧୯୬ ଜଣ, ଦିଲ୍ଲୀରେ ୭୨୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୪୫୮ ଜଣ, ଆନ୍ଧ୍ରପ୍ରଦେଶରେ ୪୪୨ ଜଣ, ଉତ୍ତରପ୍ରଦେଶରେ ୪୨୦ଜଣ, ତ୍ରିପୁରାରେ ୨୧୬ ଜଣ, ଜମ୍ମୁ-କଶ୍ମୀରରେ ୬୩୧ ଜଣ, ବିହାରରେ ୨୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ରାଜସ୍ଥାନରେ ୨୧୩ ଜଣ, ସିକିମ୍‌ରେ ୧୨୧ ଜଣ, ମଧ୍ୟପ୍ରଦେଶରେ ୨୩୭ ଜଣ, ପୁଡୁଚେରୀରେ ୧୬୨ ଜଣ, ଉତ୍ତରାଖଣ୍ଡରେ ୧୪୨ ଜଣ, ମିଜୋରାମରେ ୧୪୭ ଜଣ, ଚଣ୍ଡିଗଡ଼ରେ ୧୪୫ ଜଣ, ଆସାମରେ ୧୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୨ କୋଟି ୧୭ ଲକ୍ଷ ୬୬ ହଜାର ୬୧୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୧୬ ଲକ୍ଷ ୮୨ ହଜାର ୩୯୦ ଟିକାକରଣ ହୋଇଛି॥ ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share