Categories: ଜାତୀୟ

୫ ବର୍ଷରେ ଜଣେ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ବଢ଼ିଛି ୩ ଗୁଣା ଅନ୍ୟ ଜଣଙ୍କର ୭ ଗୁଣା…

ପଣଜୀ/ଡେରାଡୁନ୍‌,୧୩।୨: ଗତ ୫ ବର୍ଷରେ ୨୦୧୭ ପରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କର ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସମ୍ପତ୍ତି ୭ ଗୁଣା ବଢ଼ିଛି।
ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍‌)ର ଦୁଇଟି ରିପୋର୍ଟରେ ଏହି ସମ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଖବର ଅନୁଯାୟୀ, ୨୦୧୯ ଠାରୁ ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସାୱନ୍ତଙ୍କ ମୋଟ ସମ୍ପତ୍ତି ପରିମାଣ ୬.୫୮ କୋଟି ଟଙ୍କା ରହିଛି। ଏହି ସମୟରେ ଧାମି କେବଳ ସାତ ମାସ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି। ତାଙ୍କର ମୋଟ ସମ୍ପତ୍ତି ୨.୮୫ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଛି।

ଫେବୃଆରୀ ୧୪ ରେ ହେବାକୁ ଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ଜଣ ବିଧାୟକଙ୍କ ସତ୍ୟପାଠକୁ ଏଡିଆର ଏବଂ ଲେଇକଶନ୍‌ ୱାଚ ପକ୍ଷରୁ ବିଶ୍ଳେଷଣ କରାଯାଇଛି। ଏଡିଆର୍‌ ଏବଂ ଗୋଆ ଇଲେକ୍ସନ ୱାଚ ପକ୍ଷରୁ ୩୭ ଜଣ ବିଧାୟକଙ୍କ ସତ୍ୟପାଠର ବିଶ୍ଳେଷଣ କରାଯାଇଛି। ବିଧାୟକଙ୍କ ମଧ୍ୟରୁ ୩୫ ଜଣଙ୍କ ସମ୍ପତ୍ତି ୫ ବର୍ଷ ମଧ୍ୟରେ ୨ ପ୍ରତିଶତରୁ ୨୩୬ ପ୍ରତିଶତକୁ ବୃଦ୍ଧି ପାଇଛି।
ଗୋଆରେ ୩୭ ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୦.୨୪ କୋଟି ଟଙ୍କା ରହିଛି। ୨୦୨୨ରେ ତାଙ୍କର ହାରାହାରି ସମ୍ପତ୍ତି ହେଉଛି ୧୬.୭୭ କୋଟି ଟଙ୍କା ଛୁଇଁଛି। ଏହା ବ୍ୟତୀତ, ୨୦୧୭ରୁ ୨୦୨୨ ମଧ୍ୟରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଏହି ୩୭ ବିଧାୟକଙ୍କ ହାରାହାରି ସମ୍ପତ୍ତି ଅଭିବୃଦ୍ଧି ୬୪ ପ୍ରତିଶତ ରହିଛି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୬.୫୩ କୋଟି ଟଙ୍କା ରହିଛି।

Share