ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌..

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ୭୧୮ ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍‌ ରହିଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି। ଏସବୁ ଜିଲାରେ ଆକ୍ରାନ୍ତ ସଂଖ୍ୟା ୧୦ ପ୍ରତିଶତରୁ ଅଧିକ ରହିଛି। ସେହିପରି ୧୩ଟି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି। ସେହିପରି ୧୭ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରୁ ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦-୨୧ ପ୍ରତିଶତ ମଧ୍ୟରେ ରହିଛି। ଦେଶର ୪୨ ପ୍ରତିଶତ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଜାତୀୟ ହାରାହାରି ପ୍ରତିଶତଠାରୁ ଅଧିକ ଥିବା ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡ଼ିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ସୂଚନା ଦେଇଛନ୍ତି। ୫ ରାଜ୍ୟର ୩୦ ଜିଲାରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦ ପ୍ରତିଶତର ଅଧିକ ରହିଛି। ଅପରପକ୍ଷରେ ୬ ରାଜ୍ୟରେ କରୋନା ମହାମାରୀ ସ୍ଥିତି ଭୟଙ୍କର ରହିଥିବା ସେ ସରକାରୀ ରିପୋର୍ଟ ଆଧାରରେ ପ୍ରକାଶ କରିଛନ୍ତି।

Share